Friday , October 18 2019
Breaking News
Home / ରାଜନୀତି / ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମତିଥିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୦ ହଜାରରୁ ଊଦ୍ଧ୍ୱର୍ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମତିଥିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୦ ହଜାରରୁ ଊଦ୍ଧ୍ୱର୍ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

ରକ୍ତଦାତାଙ୍କ ଗହଣରେ ଜନ୍ମଦିନ ପାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦/୧୦/୨୦୧୯ ( ଓଡ଼ିଶା ସମାଚାର)- ବିଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନଭାବରେ ଓଙ୍ଗÿିଶାବାସୀଙ୍କ ସେବା କରିଆସୁଥିବା ବିଜୁଜନତା ଦଳ ନିଜ ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ‘ଜୀବନ ବିନ୍ଦୁ’ ବିଶିଷ୍ଟ ଜନନାୟକ ବିଜୁବାବୁଙ୍କ ୯୯ତମ ଜୟନ୍ତୀ ୫ ମାର୍ଚ୍ଚ, ୨୦୧୫ ମସିହାରେ ଶୁଭାରମ୍ଭ କରିଥିଲା । ରାଜ୍ୟର ଅଗଚ୍ଚିତ ଛାତ୍ର, ଯୁବକ, ମହିଳା, ଶ୍ରମିକ, କୃଷକ, ସଂଖ୍ୟାଲଘୁ, ଆଇନଜୀବୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବିଜେଡିର ଶୁଭେଚ୍ଛୁ ତଥା ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଏହି କାର୍ଯ୍ୟକ୍ରମ ବର୍ଷତମାମ ବିଭିନ୍ନ ଜିଲ୍ଲା, ବ୍ଲକ, ସହରାଂଚଳ ଓ ପଂଚାୟତରେ ଆୟୋଜନ କରାଯାଇ ଏ ପର୍ଯ୍ୟନ୍ତ ୩ଲକ୍ଷ ୮ ହଜାରୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଆବଶ୍ୟକତା ସମୟରେ ଲୋକଙ୍କ ଜୀବନ ବଂଚାଇବା ପାଇଁ ଯୋଗାଇ ଦିଆଯାଇଛି ।

ବିଜୁଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରିରଖିଛି । ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟର ଜନସାଧାରଣଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରିଆସୁଛନ୍ତି ।ଏହି କାର୍ଯ୍ୟକ୍ରମର କ୍ରମାଗତ ସଫଳତାକୁ ଦୃଷ୍ଟିରେରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମତିଥିରେ ବିଜୁଜନତା ଦଳ ୧୬ ଅକ୍ଟୋବର ଦିନ ରାଜ୍ୟବ୍ୟାପୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଭୁବନେଶ୍ୱରସ୍ଥିତ ବିଜୁଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୁଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବାସହ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ । ଗୋଟିଏ ଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।ବିଜୁଜନତା ଦଳର ଶୁଭେଚ୍ଛୁ, କାର୍ଯ୍ୟକର୍ତା, ସ୍ଥାନୀୟ ନେତୃ ମଣ୍ଡଳୀ ଓ ଜନସାଧାରଣଙ୍କ ସହଯୋଗରେଏହି ଅଭିଯାନ ସଫଳ ହେବବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଶ୍ରୀ ଦେବାଶିଷ ସାମନ୍ତରାୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଦଳର ସାଧାରଣ ସଂପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଯଥାର୍ଥ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ହସ୍ପିଟାଲ ପରିର୍ଶନ ଓ ତକ୍ରାଳ …

Leave a Reply

Your email address will not be published. Required fields are marked *