Monday , February 24 2020
Breaking News
Home / ରାଜନୀତି / ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବି ଓ ଓଡ଼ିଶାର ପ୍ରଗତି ପ୍ରକ୍ରିୟାରେ ଯୁବଶକ୍ତିର ବିଶେଷ ସଂପୃକ୍ତିକୁ ସୁନିଶ୍ଚିତ କରିବା ମୋର ସଂକଳ୍ପ – ବିଜୟ ନାୟକ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବି ଓ ଓଡ଼ିଶାର ପ୍ରଗତି ପ୍ରକ୍ରିୟାରେ ଯୁବଶକ୍ତିର ବିଶେଷ ସଂପୃକ୍ତିକୁ ସୁନିଶ୍ଚିତ କରିବା ମୋର ସଂକଳ୍ପ – ବିଜୟ ନାୟକ

ଭୁବନେଶ୍ୱର ,୧୬/୦୮/୨୦୧୯(ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୁବଶକ୍ତିର ସଫଳ ଉପଯୋଗ ନିମନ୍ତେ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ସଂପୃକ୍ତି ଓ ସହଯୋଗ ଏକାନ୍ତ ଜରୁରୀ । ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି । ମୁଁ ମୋର ଅନୁଭବ, ଅନୁଭୂତି ଓ ଉପଲବ୍ଧି ଆଧାରରେ ନିଷ୍ଠାର ସହିତ ମୋର ଦାୟିତ୍ୱ ନିର୍ବାହ କରିବି ବୋଲି ବିଜୟ ନାୟକ କହିଛନ୍ତି ।
ସେ ଆହୁରୀ କହିଛନ୍ତି ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତି । ଏହି ଶକ୍ତିର ସଠିକ ବିନିଯୋଗ ହୋଇପାରିଲେ ସମାଗ୍ରିକ ପ୍ରଗତି ହାସଲ ହୋଇପାରିବ । ଯୁବ ସମାଜର ଆଶା, ଅଭିପସା, ଶକ୍ତି ସାମର୍ଥ୍ୟର ଉପଯୋଗ କରି ଓଡ଼ିଶାର ଉନ୍ନତି ପାଇଁ ସେମାନଙ୍କୁ ଅଭିପ୍ରେତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବି ଓ ଓଡ଼ିଶାର ପ୍ରଗତି ପ୍ରକ୍ରିୟାରେ ଯୁବଶକ୍ତିର ବିଶେଷ ସଂପୃକ୍ତିକୁ ସୁନିଶ୍ଚିତ କରିବା ମୋର ସଂକଳ୍ପ । ଓଡ଼ିଶା ସମାଚାର

About admin

Check Also

ଏସସିବି ୨ୟ କ୍ୟାମ୍ପସ୍ ସମ୍ପୂର୍ଣ୍ଣ ରୂପରେଖ ବାବଦରେ ଶ୍ୱେତପତ୍ର ଜାରି କରିବାକୁ ଦାବି – ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ଯୁବମୋର୍ଚ୍ଚା

କଟକ, ୨୨/୦୨/୨୦୨୦ (ଓଡ଼ିଶା ସମାଚାର)- କଟକ ବଡ଼ ମେଡିକାଲ(ଏସ୍‌ସିବି)ର ଦ୍ୱିତୀୟ କ୍ୟାମ୍ପସ୍ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । …

Leave a Reply

Your email address will not be published. Required fields are marked *