Thursday , November 14 2019
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଫୁଲବାଣୀରେ ହେବ ମେଡ଼ିକାଲ କଲେଜ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଫୁଲବାଣୀରେ ହେବ ମେଡ଼ିକାଲ କଲେଜ

ଭୁବନେଶ୍ୱର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲ୍ଲା ମାନଙ୍କରେ ମେଡ଼ିକାଲ କଲେଜ ହସ୍ପିଟାଲ କରିବା ପାଇଁ ସରକାର ସ୍ଥିର କରିଛନ୍ତି । କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ମେଡ଼ିକାଲ କଲେଜ ହସ୍ପିଟାଲ କରାଯିବ । ଏହି ହସ୍ପିଟାଲ ୫୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାରେ କହିଛନ୍ତି ଯେ ସବୁ ଜିଲ୍ଲା ହସ୍ପିଟାଲରେ ଆଟେଣ୍ଡୋଂଟ ମାନଙ୍କ ପାଇଁ ବିଶ୍ରାମ ଗୃହ କରାଯିବ । ରୋଗୀ ମାନଙ୍କୁ ଆର୍ଥିକ ସହାୟତା ଦେବାପାଇଁ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ । ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବ । ବୌଦ୍ଧ ଜିଲ୍ଲା ହସ୍ପିଟାଲ ପାଇଁ ଜେଲ ଜମି ଏକ ମାସ ମଧ୍ୟରେ ଯୋଗାଇ ଦିଆଯିବ । ଏବଂ ସେଠାରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ । ପୁରୁଣା କିଡ଼ନୀ ରୋଗ ଉପରେ ଅନୁଧ୍ୟାନ କରିବା ପାଇଁ ହରଭଙ୍ଗା ବ୍ଲକକୁ ଏକ ଟିମ୍ ପଠାଯିବ । ଗୋଟିଏ ଆମ୍ବୁଲାନ୍ସ ଓ ଗୋଟାଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ । ସେହିପରି କଳାହାଣ୍ଡି ଜିଲ୍ଲା ହସ୍ପିଟାଲର ସମ୍ପ୍ରସାରଣ କରଯିବ । ୧୦୦ ଶଯ୍ୟା ବିଶିଷ୍ଟ କୋଠାଘର ନିର୍ମାଣ କରାଯିବ । ୩ଟି ଆମ୍ବୁଲାନ୍ସ ଏବଂ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ । ରାୟଗଡ଼ା ଜିଲ୍ଲାର କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କମୁ୍ୟନିଟି ହେଲ୍ଥ ସେଂଟରରେ ପାଣି ଯୋଗାଣ ବ୍ୟବସ୍ଥା ସହ କର୍ମଚାରୀ ମାନଙ୍କ ରହିବା ପାଇଁ କ୍ୱାଟର ଯୋଗାଇ ଦିଆଯିବ । ୪ ଆମ୍ବୁଲାନ୍ସ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ । ଘୋଷିତ ମୋ ସରକାର ଯୋଜନାରେ ୫ ଟି ବିଭାଗକୁ ସାମିଲ କରାଯିବ । ଏହି ଯୋଜନାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରାଯିବ । ଓଡ଼ିଶା ସମାଚାର

About admin

Check Also

ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ରାୟଗଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ମୁଖ୍ୟାଳୟସ୍ଥିତ ଗ୍ରାମ୍ୟଉନ୍ନୟନ ସଦଭାବନା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ଏକ …

Leave a Reply

Your email address will not be published. Required fields are marked *