Friday , February 28 2020
Breaking News
Home / ଶିକ୍ଷା / ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ସମାରୋହ ର ସହ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଉପସ୍ଥିତ ଅତିଥି ମାନେ ଭାରତ ମାତା, ଓମ କାର, ଙ୍କ ପୂଜାର୍ଚ୍ଚନା ଓ ଆରତୀ ପରେ ମଞ୍ଚାସୀନ ହୋଇଥିଲେ। ଶିଶୁ ବିଦ୍ୟାମନ୍ଦିର ର ସଭାପତି ବୈଦ୍ୟନାଥ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତାଭାବେ ଡାକ୍ତର୍ ନିହାରେନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ତହସିଲଦାର ଟିକିନୁ ପୁଟା, ପ୍ରଧାନ ଆଚାର‌୍ୟ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ସମ୍ପାଦକ ମୁରଲୀଧର ସାହୁ ପ୍ରମୁଖ ମଞ୍ଚାସୀନ ଥାଇ ସମାଜ ଗଠନରେ ଶିଶୁ ମନ୍ଦିର କୁମାର ପଣ୍ଡା, ସମ୍ପାଦକ ମୁରଲୀଧର ସାହୁ ପ୍ରମୁଖ ମଞ୍ଚାସୀନ ଥାଇ ସମାଜ ଗଠନରେ ଶିଶୁ ମନ୍ଦିର ର ଭୂମିକା, ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବହୁ ସୁନ୍ଦର ଭାବେ ପ୍ରାରମ୍ଭିକ ସଙ୍ଗୀତ, ବନ୍ଦନା, ଓ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଜରିଆରେ ପୁରସ୍କୃତ କରାଯାଇଥିଲା। କାର‌୍ୟ୍ୟକ୍ରମ ରେ ଶିଶୁ ବିଦ୍ୟାମନ୍ଦିର ର ଆଚାର‌୍ୟ୍ୟ ଆଚାର‌୍ୟ୍ୟା କର୍ମଚାରୀ, କମିଟି ସଦସ୍ୟ ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

୯୦ ଟି ପ୍ରାଥମିକ ସ୍କୁଲରେ ନାହିଁ କଳାପଟା

ଭୁବନେଶ୍ୱର ,୨୭/୦୨/୨୦୨୦ (ଓଡ଼ିଶା ସମାଚାର)- ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ଭିତିିଭୂମି ସୁଦୃଢ କରିବାକୁ ସରକାର ନେଉଛନ୍ତି ବିଭିନ୍ନ …

Leave a Reply

Your email address will not be published. Required fields are marked *