Friday , February 28 2020
Breaking News
Home / ବିଶେଷ /   ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭଗବାନ ଗୁରୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟପତାକା ଉତୋଳନ କରି କହିଥିଲେ ଯେ,ସମଗ୍ର ବିଶ୍ୱରେ ଭାରତ ଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ର ମାନ୍ୟତା ପାଇଛି । ଭାରତୀୟ ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା,ଲୋକମାନଙ୍କ ପାଇଁ ଓ ଲୋକମାନଙ୍କର । ଏକତା,ଅଖଣ୍ଡତା ଓ ସାର୍ବଭୌମତ୍ୱ ଗଣତନ୍ତ୍ରର ମୂଳମନ୍ତ୍ର । ଆମେ ଭାରତର ସମସ୍ତ ନାଗରିକ ପ୍ରଥମେ ଦେଶ ପାଇଁ କର୍ତବ୍ୟ କରି ପରେ ଅଧିକାର ଜାହିର କରିବା ଉଚିତ ବୋଲି ଶ୍ରୀଯୁକ୍ତ ବରାଳ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା କଳା ସଂସ୍କୃତି ପରିଷଦର ଉପସଭାପତି ଅଶୋକ ସାମଲ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭୁବନ ଥାନା ଆଇଆଇସି ନିର୍ମଳା ଗୋଚ୍ଛାୟତ,ପୁରୀ ଗୋବର୍ଦ୍ଧନ ପୀଠର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର,ଭୁବନ ସିନିୟର ସିଟିଜେନ ର ସଭାପତି ଶ୍ରୀଧର ବେହେରା ଯୋଗଦେଇଥିଲେ । ଚିତ୍ରଶିଳ୍ପୀ ନାରାୟଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଭଗବାନ ଗୁରୁ ଙ୍କ ଅଧ୍ୟକ୍ଷତାରେ  “ଉତ୍ସବ ଆମ ସଂପର୍କ ର” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି,ସହର ସଂଗଠନ ସଭାପତି ବାସୁଦେବ ବେହେରା,ବିଶିଷ୍ଟ ପାଲାଗାୟକ ସୁରେନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଓ ଅଶୋକ କୁମାର ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ଅବସରରେ କବୟିତ୍ରୀ ତୁଳସୀରାଣୀ ବେହେରା,ଲଳିତା ନାୟକ,ସୁଜାତା ନାୟକ ଙ୍କ ସମେତ ଭଗବତ ମାତୃମଣ୍ଡଳୀର ୨୦ ଜଣ ମହିଳା ଙ୍କୁ ସମ୍ମାନୀତ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *