Friday , October 18 2019
Breaking News
Home / କ୍ରୀଡ଼ା / ମା’ ସିନ୍ଦୂରଗୌରୀ ସ୍ପୋର୍ଟିଂ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

ମା’ ସିନ୍ଦୂରଗୌରୀ ସ୍ପୋର୍ଟିଂ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

କେନ୍ଦୁଝର, ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଜିଲା ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଂଚାୟତ ଜଡିପଦା ଗ୍ରାମ ମା’ ସିନ୍ଦୁରଗୌରୀ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚତୁର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଂଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗ୍ରାମର ବରିଷ୍ଠ ବ୍ୟକ୍ତି ତଥା ଅବସରପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ପରିଡା ଯୋଗଦେଇ ଫୁଟବଲ ଖେଳ ଏକ ଭାଇଚାରା ସୃଷ୍ଟି କରିବା ସହ ଗ୍ରାମାଂଚଳ ମଧ୍ୟରେ ସମ୍ପର୍କ ଗଢି ଉଠିଥାଏ । ଏଥିସହ କ୍ରୀଡା ଶରୀର ସୁସ୍ଥ ରହିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ଗୋରାଚାନ୍ଦ ଓରାମ, ଅବସରପ୍ରାପ୍ତ ଶିକ୍ଷକ ସଚିଦାନନ୍ଦ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଂଟରେ ୩୨ଟି ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ ଉଦଘାଟନୀ ଦିବସରେ ‘ଏ’ ଗ୍ରୁପର ୧୬ଟି ଦଳ ମଧ୍ୟରେ ୧୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ମ୍ୟାଚ୍ ନାଗ ଆଣ୍ଡ ନାଗ ଏକାଦଶ ହାଣ୍ଡିଭଙ୍ଗା ସହିତ ଜୟ ଜଗନ୍ନାଥ ସାହାଡାପୁର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଦଳ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିବାବେଳେ ସାହାଡାପୁର ଦଳ ଟାଇବ୍ରେକରରେ ବିଜୟଲାଭ କରିଥିଲା । ରେଫରୀ ଜିତେନ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ,ଶଙ୍କର୍ଷଣ ନାଏକ,ସନ୍ତୋଷ ମହାକୁଡ ଖେଳ ପରିଚାଳନା କରୁଥିବାବେଳେ କାଳିଦାସ ମାଝୀ ଓଡିଆରେ ଏବଂ ସାନ୍ତାଳୀ ଭାଷାରେ ଧାରା ବିବରଣୀ ପ୍ରଦାନ କରିଥିଲେ । ମା’ ସିନ୍ଦୁରଗୌରୀ ସ୍ପୋର୍ଟିଂ କ୍ଲବର ସମସ୍ତ ସଦସ୍ୟଗଣ ଉପସ୍ଥିତ ରହି ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରୁଥିବାବେଳେ ରବିବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ଶ୍ରୀମତୀ ସୁମିତ୍ରା ତି୍ରପାଠୀ ପ୍ରଥମ ମହିଳା ବିଚାରକ

ଭୁବନେଶ୍ୱର,୦୯/୧୦/୨୦୧୯ ( ଓଡ଼ିଶା ସମାଚାର)- ୨୭.୯.୨୦୧୯ରିଖ ଠାରୁ ତା ୩.୧୦.୨୦୧୯ରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାଟାମଠାରେ ଅନୁଷ୍ଠିତ ୫୩ତମ ଏସିଆନ ସୁନ୍ଦର …

Leave a Reply

Your email address will not be published. Required fields are marked *