Saturday , July 20 2019
Breaking News
Home / ବିଶେଷ / ମାହାଳହାଟ – ସାନନୟନପୁର ମହାନଦୀ ବନ୍ଧ ରାସ୍ତା ଅବସ୍ଥା ସୁଧୁରୁନି

ମାହାଳହାଟ – ସାନନୟନପୁର ମହାନଦୀ ବନ୍ଧ ରାସ୍ତା ଅବସ୍ଥା ସୁଧୁରୁନି

ତାରପୁର,୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ମହାନଦୀର ଉତରପାଶ୍ୱର୍ ନଦୀବନ୍ଧ ମାହାଳହାଟ – ସାନନୟନପୁର ପର୍ଯ୍ୟନ୍ତ ୪ କିମି ରାସ୍ତା ଅବସ୍ଥା ସୁଧୁରୁନି । ପ୍ରାୟ ପ୍ରତ୍ୟେକ ବର୍ଷ ଏହି ରାସ୍ତାକୁ ଲେଉଟିଆ କିଆରୀ ପରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଉପଯୁକ୍ତ ଭାବେ ମରାମତି ନକରି କାଟି ଖାଉଛନ୍ତି । ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କା ଏହି ରାସ୍ତା ମରାମତିରେ ବ୍ୟୟ କରାଯାଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ତାହା ୪ ମାସ ଯାଉନାହିଁ । ଫଳରେ ଲୋକମାନେ ଯେଉଁ ଅସୁବିଧାରେ ସେହି ଅସୁବିଧାରେ । ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ି ଗମନା ଗମନ ପାଇଁ ଅନୁପଯୁକ୍ତ ହୋଇପଡ଼ିଥିଲା । ସ୍ଥାନୀୟ ଜନସାଧାରଣ ଯେତେ ଅବିଯୋଗ କଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନଥିଲେ । ହେଲେ ଗତ ମାର୍ଚ୍ଚ ୧୮ ତାରିଖରେ ସ୍ଥାନୀୟ ତେଣ୍ଡାକୁଡ଼ା ଠାରେ ଥିବା ଫଜଲହକ୍ ହାଇସ୍କୁଲ ର ପ୍ଲାଟିନମ ଜୁବୁଲି ଉଦଯାପନ ଉତ୍ସବରେ ମହାମହିମ ରାଜ୍ୟପାଳଙ୍କ ଗସ୍ତ ଯୋଗୁ ଦିନ ରାତି ଲାଗି ଏହି ରାସ୍ତାକୁଗମନା ଗମନ ଉପଯୋଗୀ କରାଯାଇଥିଲା । ହେଲେ ଏହି ମରାମତି ୪ ମାସ ଗଲାନାହିଁ । ମାତ୍ର ୪ ମାସ ରେ ପୁଣି ପୂର୍ବାବସ୍ଥା ହୋଇଗଲା । ବର୍ତମାନ ଏହି ରାସ୍ତାରେ ଖାଲଖମା ରେ ବର୍ଷାପାଣି ଭରିଯାଉଛି । ଫଳରେ ଏହି ରାସ୍ତାରେ ଯାତାୟତ କରିବା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇପଡ଼ିଛି । ଖାଲ ଖମାରେ ବର୍ଷାଜଳ ଭରିରହୁଥିବାରୁ ଖାଲରେ ସ୍କୁଟର, ମଟର ସାଇକେଲ ଗଳି ପଡ଼ୁଛି ।
ଏହି ମହାନଦୀ ବନ୍ଧ ରାସ୍ତା ଟି କଟକ , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳର ପ୍ରବେଶ ପଥ । ତିନୋଟି ଜିଲାର ହଜାର ହଜାର ୨ ଚିକିଆ, ଶହ ଶହ କାର, ଏକାଧିକ ବସ୍ , ଟ୍ରକ୍ ଓ ଟ୍ରାକ୍ଟର ଏହି ରାସ୍ତାରେ ଯାତାୟତ କରିଥାଏ ।ଦୈନିକ ସ୍କୁଲ, କାଲଜକୁ ଛାତ୍ରମାନେ , ଡ଼ାକ୍ତରଖାନାକୁ ରୋଗୀ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ନଦୀବନ୍ଧ ରାସ୍ତାରେ ବେଆଇନ ଭାବେ ବାଲି ବୋଝେଇ ଭାରୀଯାନ ବହନ କ୍ଷମତା ଠାରୁ ଅଧିକ ପରିମାଣର ବାଲି ନେଉଥିବାରୁ ଏହି ରାସ୍ତା ର ଅବସ୍ଥା ଏପରି ହେଉଛି ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି । ବେଆଇନ ଭାବେ ଦୈନିକ ଶହ ଶହ ବାଲି ବୋଝେଇ ଭାରୀଯାନ ବହନ କ୍ଷମତା ଠାରୁ ଅଧିକ ବାଲି ନେଇ ଏହି ରାସ୍ତାରେ ଯାତାୟତ କରୁଥିବାବେଳେ କିଶନନଗର ତହସିଲଦାର ଓ ସ୍ଥାନୀୟ ମାହାଳହାଟ ଫାଣ୍ଡି ପୋଲିସ୍ ଏଥିପ୍ରତି ଆଖି ବୁଜି ଦେଇଛନ୍ତି । ଫଳରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ନଦେଲେ ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳରେ ଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଦ୍ୱୀପାଂଚଳ ଉନ୍ନୟନ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ …

Leave a Reply

Your email address will not be published. Required fields are marked *