Friday , October 18 2019
Breaking News
Home / ବିଶେଷ / ମାହାଳହାଟ – ସାନନୟନପୁର ମହାନଦୀ ବନ୍ଧ ରାସ୍ତା ଅବସ୍ଥା ସୁଧୁରୁନି – ଆନ୍ଦୋଳନ ପାଇଁ ସଜବାଜ – ପ୍ରସ୍ତୁତି ବୈଠକ ଶୁକ୍ରବାର

ମାହାଳହାଟ – ସାନନୟନପୁର ମହାନଦୀ ବନ୍ଧ ରାସ୍ତା ଅବସ୍ଥା ସୁଧୁରୁନି – ଆନ୍ଦୋଳନ ପାଇଁ ସଜବାଜ – ପ୍ରସ୍ତୁତି ବୈଠକ ଶୁକ୍ରବାର

ଗରଦପୁର,୧୧/୦୭/୨୦୧୯ (ଓଡ଼ିଶା ସମାଚାର)- କଟକ – ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଠାରୁ ମହାନଦୀ ସେତୁ ପାର ହୋଇ ସାରିବା ପରେ ମହାନଦୀର ଉତରପାଶ୍ୱର୍ ନଦୀବନ୍ଧ ମାହାଳହାଟ ଠାରୁ  ସାନନୟନପୁର  ରାସ୍ତାଟି କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲାର ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳରେ ଅବସ୍ଥିତ ପ୍ରାୟ ୫୦ ଟି ଗ୍ରାମର ପ୍ରବେଶ ପଥ । ଏହି ମାହାଳହାଟ – ସାନନୟନପୁର  ପର୍ଯ୍ୟନ୍ତ ୪ କିମି ରାସ୍ତା ର ଅବସ୍ଥା ସୁଧୁରୁନି ।  ପ୍ରାୟ ପ୍ରତ୍ୟେକ ବର୍ଷ ଏହି ରାସ୍ତାକୁ ଲେଉଟିଆ କିଆରୀ ପରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଉପଯୁକ୍ତ ଭାବେ ମରାମତି ନକରି କାଟି ଖାଉଛନ୍ତି ।  ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କା ଏହି ରାସ୍ତା ମରାମତିରେ ବ୍ୟୟ କରାଯାଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ତାହା ୪ ମାସ ଯାଉନାହିଁ । ଫଳରେ ଲୋକମାନେ ଯେଉଁ ଅସୁବିଧାରେ ସେହି ଅସୁବିଧାରେ । ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ି ଗମନା ଗମନ ପାଇଁ ଅନୁପଯୁକ୍ତ ହୋଇପଡ଼ିଥିଲା । ସ୍ଥାନୀୟ ଜନସାଧାରଣ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷ  ସେଥିପ୍ରତି କର୍ଣ୍ଣପାତ କରୁନଥିଲେ । ହେଲେ ଗତ ମାର୍ଚ୍ଚ ୧୮ ତାରିଖରେ ସ୍ଥାନୀୟ ତେଣ୍ଡାକୁଡ଼ା ଠାରେ ଥିବା ଫଜଲହକ୍ ହାଇସ୍କୁଲ ର ପ୍ଲାଟିନମ ଜୁବୁଲି ର ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳଙ୍କ ଗସ୍ତ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ  ଦିନ ରାତି ଲାଗି ଏହି ରାସ୍ତାକୁ ଗମନା ଗମନ ଉପଯୋଗୀ କରାଯାଇଥିଲା । ହେଲେ ତାହା  ୪ ମାସ ଗଲାନାହିଁ । ମାତ୍ର ୪ ମାସ ରେ ପୁଣି ପୂର୍ବାବସ୍ଥା ହୋଇଗଲା । ବର୍ତମାନ ଏହି ରାସ୍ତାରେ ଖାଲଖମା ରେ ବର୍ଷାପାଣି ଭରିଯାଉଛି । ଫଳରେ ଏହି ରାସ୍ତାରେ ଯାତାୟତ କରିବା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇପଡ଼ିଛି । ଖାଲ ଖମାରେ ବର୍ଷାଜଳ ଭରିରହୁଥିବାରୁ ଖାଲରେ ସ୍କୁଟର, ମଟର ସାଇକେଲ ଗଳି ପଡ଼ୁଛି ।

ଏହି ମହାନଦୀ ବନ୍ଧ ରାସ୍ତା ଟି କଟକ , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳର ପ୍ରବେଶ ପଥ । ତିନୋଟି ଜିଲାର ହଜାର ହଜାର ୨ ଚିକିଆ, ଶହ ଶହ କାର, ଏକାଧିକ ବସ୍ , ଟ୍ରକ୍ ଓ ଟ୍ରାକ୍ଟର ଏହି ରାସ୍ତାରେ ଯାତାୟତ କରିଥାଏ । ଦୈନିକ ସ୍କୁଲ, କଲେଜକୁ ଛାତ୍ର ଛାତ୍ରୀ ମାନେ , ଡ଼ାକ୍ତରଖାନାକୁ ରୋଗୀ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ହନ୍ତ୍ରୀ ମାନଙ୍କ ନିଦ ଭାଙ୍ଗୁ ନାହିଁ । ଏହି ରାସ୍ତାଟି କଟକ ଜିଲା ର ଓରିକଂଟା କନିଷ୍ଠ ଯନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲା ପୁନ୍ଦାଳ ସବଡ଼ିଭିଜନ ରେ ରହିଛି । ଦୁଇ ଟି ଜିଲାରେ ରାସ୍ତା ଟି ରହିଥିବାରୁ ଏଭଳି ଅବସ୍ଥା ଭୋଗୁଛନ୍ତି ଜନସାଧାରଣ । ଏହି ସମସ୍ୟାର ସମାଧାନ ପାଇଁ ଆନ୍ଦୋନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଦଳ ମତ ନିର୍ବିଶେଷରେ ମହାନଦୀ ଚିତ୍ରୋପôଳା ଦ୍ୱୀପାଂଚଳରେ ଅବସ୍ଥିତ କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲାର ସଚେତନ ନାଗରିକ, ବୁଦ୍ଧିଜିବୀ ଓ ରାଜନୈତିକ ବ୍ୟକ୍ତି ମାନଙ୍କୁ ନେଇ ଆସନ୍ତା ଶୁକ୍ରବାର ଅପରାହ୍ନ ୩ ଟା ବେଳେ ମାହାଳହାଟ ଠାରେ ଏକ ବୈଠକ ଡ଼କା ଯାଇଛି ।  ଏହି ବୈଠଳରେ ଆନ୍ଦୋଳନାତ୍ମକ ପଦକ୍ଷେପ ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର …

Leave a Reply

Your email address will not be published. Required fields are marked *