Tuesday , January 28 2020
Breaking News
Home / ବିଶେଷ / ମାହାଙ୍ଗା ରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା ରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା , ୦୯/୧୨/୨୦୧୯(ଓଡିଶା ସମାଚାର /ଅଭୟ ଜେନା) :ମୂଲ୍ୟବୋଧ ଭିତିକ ସମାଜସେବା ଏବଂ ନୀତିନିଷ୍ଠ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେଇ ଆସିଥିବା ଡକ୍ଟର ରାଧାନାଥ ରଥଙ୍କ ଜୀବନାଦର୍ଶ ସାମ୍ପ୍ରତିକ ସମାଜରେ ଆମ ଯୁବପୀଢ଼ି ପାଇଁ ମାର୍ଗଦର୍ଶକ ହେଉବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି । ପଦ୍ମ ଭୂଷଣ ଡକ୍ଟର ରାଧାନାଥ ରଥ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ସେବା ଓ ତ୍ୟାଗର ଭାବନାକୁ ଏକ ଆନ୍ଦୋଳନରେ ପରିଣତ କରିପାରିଥିଲେ ।
ଏପରିକି ନିର୍ୟାତିତ ଓ ନିଷ୍ପେସିତ ଜନତାଙ୍କ ମୁହଁରେ ହସ ଫୁଟେଇବା ଥିଲା ରାଧାନାଥ ବାବୁଙ୍କ ସ୍ବପ୍ନ ବୋଲି ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ନାରାୟଣଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ “ରାଧାନାଥ ରଥ ଜୟନ୍ତୀ କମିଟି” ମାହାଙ୍ଗା ପକ୍ଷରୁ ଆୟୋଜିତ ଜୟନ୍ତୀ ସଭାରେ ନାଟ୍ୟକାର ଭାବଗ୍ରାହୀ ଦାଶ ସଭାପତିତ୍ୱ କରିଥିଲେ । ଜୟନ୍ତୀ କମିଟି ସଭାପତି ସାମ୍ବାଦିକ ସୁମନ୍ତ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବରେ ପ୍ରାଧ୍ୟାପକ ଡକ୍ଟର ଭୁବନାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି, ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ବିଳାସ ଚନ୍ଦ୍ର ବାରିକ, ସାମ୍ବାଦିକ ପ୍ରଦୀପ୍ତ ପୃଷ୍ଟି ଓ ସାମ୍ବାଦିକ ଯଯାତି ସିଂ ପ୍ରମୁଖ ଯୋଗଦେଇ ପଦ୍ମ ଭୂଷଣ ଡକ୍ଟର ରଥଙ୍କ ସମର୍ପିତ ଜୀବନ-ଦର୍ଶନ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *