Saturday , February 29 2020
Breaking News
Home / ନିର୍ବାଚନ / ମାର୍ଚ୍ଚ ୨୦ରେ କରଡ଼ାବାଡ଼ି ସରପଂଚ ଉପନିର୍ବାଚନ

ମାର୍ଚ୍ଚ ୨୦ରେ କରଡ଼ାବାଡ଼ି ସରପଂଚ ଉପନିର୍ବାଚନ

ବୁଗୁଡ଼ା, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)- କରଡ଼ାବାଡ଼ି  ପଂଚାୟତରେ  ସରପଂଚ  ପଦବୀ  ପାଇଁ ଉପନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ବୁଗୁଡ଼ା ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୧୪ ତାରିଖରେ ବିଜ୍ଞାପନ ଜାରିକରାଯିବ । ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ । ୨୫ରେ ଯାଂଚ ଏବଂ  ୨୬ରେ  ପ୍ରାର୍ଥୀଙ୍କ  ତାଲିକା  ପ୍ରକାଶ  ପାଇବ ।  ୨୮ରେ  ଅନ୍ତିମ  ତାଲିକା  ପ୍ରକାଶକରାଯିବ । ଯଦି ନିଦ୍ୱର୍ନ୍ଦ୍ୱ ନ ହୁଏ ତେବେ ମାର୍ଚ୍ଚ ୨୦ରେ ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ୨୧ ତାରିଖରେ ଭୋଟ୍ ଗଣତି କରାଯାଇ ସରପଂଚଙ୍କ ନାମ ଘୋଷଣା କରାଯିବ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *