Monday , December 9 2019
Breaking News
Home / ତାଜା ଖବର / ମାମୁଁ ବାହାଘରକୁ ଆସି ଭଣଜାର ସଲିଳ ସମାଧି

ମାମୁଁ ବାହାଘରକୁ ଆସି ଭଣଜାର ସଲିଳ ସମାଧି

ନିଶ୍ଚିନ୍ତକୋଇଲି ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) : ଜନାର୍ଦ୍ଦନପୁର ସ୍ଥିତ ନିଜ ମାମୁଁର ବାହାଘରକୁ ଆସିଥିବା ବାଳକ ସ୍ଥାନୀୟ ଚିତ୍ରୋତ୍ପଳା ନଦୀର ଶନି ଘାଟରେ ଗାଧୋଉ ଥିବା ବେଳେ ପଥର ସ୍ପରରେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଉକ୍ତ ବାଳକର ନାମ ରୁଦ୍ର ପ୍ରସାଦ ସାମଲ । ତାଙ୍କ ଘର କେନ୍ଦୁପାଟଣା ପଂଚାୟତର ଚମ୍ପତି ପାଟଣା । ବାପାଙ୍କ ନାମ ରବୀନ୍ଦ୍ର କୁମାର ସାମଲ । ୧୫ ବର୍ଷ ବୟସ୍କ ଏହି ବାଳକ ଚଳିତ ବର୍ଷ ମାଟ୍ରିକ୍ ପାସ୍ କରିବା ପରେ ଗତକାଲି ଆଇ.ଟି. ଅଇ ପଢ଼ିବାକୁ ନାମ ଲେଖାଇଥିôବା ପ୍ରକାଶ । ଉକ୍ତ ବାଳକ ପାଣିରେ ବୁଡ଼ିଯାଉଥିବା ଖବର ପାଇ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ ଅପରାହ୍ନ ୪ଟାେରେ ତା’ର ମୃତଦେହ ଉଦ୍ଧାର କରାଯାଇଥିଲା । ନେମାଳ ଥାନା ପୋଲିସ୍ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିନେଇ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

 

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *