Thursday , September 19 2019
Breaking News
Home / ବିଶେଷ / ମା’ଭଟ୍ଟାରିକାଙ୍କ ପୀଠରେ ମହାନଦୀର ବନ୍ୟାଜଳ

ମା’ଭଟ୍ଟାରିକାଙ୍କ ପୀଠରେ ମହାନଦୀର ବନ୍ୟାଜଳ

ବଡ଼ମ୍ବା, ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ମହାନଦୀରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ମା’ଭଟ୍ଟାରିକାଙ୍କ ମନ୍ଦିରରେ ମଙ୍ଗଳବାର ବିଳମ୍ବିତରାତିରେ ବନ୍ୟାଜଳ ପ୍ରବେଶ କରିଛି । ବୁଧବାର ଅପରାହ୍ନ ସୁ୍ଦ୍ଧା ମା’ଭଟ୍ଟାରିକାଙ୍କ ମୁଖ୍ୟମନ୍ଦିରର ଗର୍ଭଗୃହ ଦେଇ ପ୍ରାୟ ୬ଫୁଟରୁ ଊଦ୍ଧ୍ୱର୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖାଯାଇଛି । ନଦୀରେ ବନ୍ୟାଜଳ ବଢୁଥିବା ନେଇ ମନ୍ଦିର ସେବାୟତମାନେ ରାତି ତମାମ ଉଜାଗର ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିଲେ । ଭୋର ପ୍ରାୟ ୪ଟା ସମୟକୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବା କ୍ଷଣି ଠାକୁରାଣୀଙ୍କ ଚଳନ୍ତି ପ୍ରତିମାକୁ ସେବାୟତମାନେ ରୋଷଘର ନିକଟସ୍ଥ ପାହାଡ଼ି ମନ୍ଦିରକୁ ବିଜେ କରାଇଥିଲେ । ମନ୍ଦିରରୁ ବନ୍ୟାଜଳ ସମ୍ପୂର୍ଣ୍ଣ ଛାଡ଼ିବା ପର୍ଯ୍ୟନ୍ତ ପାହାଡ଼ି ମନ୍ଦିରରେ ସାମୟିକ ଭାବେ ଦେବୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ଯଥାବିଧି ଅନୁଷ୍ଠିତ ହେବ ବୋଲି ପ୍ରମୁଖ ପୂଜକ ଶିରିଶ ରଣା ଏବଂ ସାମଲ ରଣାଙ୍କଠାରୁ ପ୍ରକାଶ । ମନ୍ଦିରରେ ବନ୍ୟାଜଳ ଆସିଥିବା ସୂଚନା ପାଇ ଦେବୋତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଅନିଲକୁମାର ପଟ୍ଟନାୟକ ପୀଠ ପରିଦର୍ଶନ କରିବା ସହ ସ୍ଥିତି ସମ୍ପର୍କରେ ସେବାୟତଙ୍କୁ ପଚାରି ବୁଝିଛନ୍ତି । ଦେବୋତର ପରିଚାଳକ ବିପିନିକୁମାର ପୂର୍ବାରା ଘଟଣାସ୍ଥଳରେ ଉପସ୍ଥିତ ଥାଇ ମା’ଙ୍କ ନୀତିକାନ୍ତିର ତଦାରଖ କରୁଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *