Wednesday , December 11 2019
Home / ବିଶେଷ / ମାଥିଲି ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମେଳା

ମାଥିଲି ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମେଳା

ମାଲକାନଗିରି ୦୩/୧୧/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲା ମାଥିଲି ଆଦର୍ଶ ବିଦ୍ୟାଳୟରେ ଶନିବାର ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୨ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ମେଳାରେ ଯୋଗଦେଇଥିଲେ । ଏମ.ଡି ଜାହିର ଖାନ ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଏ ଗ୍ରୀଷ୍ଣା ରାଓ, ଦ୍ୱିତୀୟ, ସୁକନ୍ୟା ରାଜୁ ଓ ଜ୍ୟୋତିରଞ୍ଜନ କଂସାରୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟକୁମାର ବେହେରା, ଶିକ୍ଷା ଚକ୍ରଧର ଦୀପ, ଜ୍ୟୋତିରଞ୍ଜନ ସାହୁ, ଦୁର୍ଯ୍ୟୋଧନ ବେହେରା, ଇପ୍ସିତା ଦାସ, ସୁରେନ୍ଦ୍ର ହରପାଳ ଓ ସରୋଜ ବିଶ୍ୱାଳ ଉପସ୍ଥିତ ଥିଲେ । ବିଦ୍ୟାଳୟରେ ପ୍ରଥମଥର ଲାଗି ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *