Tuesday , January 28 2020
Breaking News
Home / ଶିକ୍ଷା / ମାଟ୍ରିକ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ମାଟ୍ରିକ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ପ୍ରଥମ ମାସ ସୁଦ୍ଧା ଦାଖଲ କର ଅନୁଧ୍ୟାନ ରିପୋର୍ଟ – ବିଦ୍ୟୁତ ସଂଯୋଗ ନଥିଲେ ସୋଲାର ବ୍ୟବସ୍ଥା
ଭୁବନେଶ୍ୱର ,୦୯/୧୨/୨୦୧୯(ଓଡ଼ିଶା ସମାଚାର)- ଆଗକୁ ୨୦୨୦ ମାଟ୍ରିକ ପରୀକ୍ଷା । ଏନେଇ ରାଜ୍ୟର ସବୁ ପରୀକ୍ଷାକେନ୍ଦ୍ର ଅନୁଧ୍ୟାନ କରି ଜାନୁଆରୀ ଶେଷ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟର ଯେଉଁ ସବୁ ସ୍କୁଲ ଉପାନ୍ତ ଅଂଚଳ ମଧ୍ୟରେ ରହିଛି ଏବଂ ଯଦି ସମ୍ପୃକ୍ତ ଅଂଚଳକୁ କୌଣସି ବିଦ୍ୟୁତ ସଂଯୋଗ ପହଂଚିନଥିବ କିମ୍ବା ବିଦ୍ୟୁତ ସମସ୍ୟା ରହିଥିବ ସେହି ସବୁ ଅଂଚଳରେ ଥିବା ସ୍କୁଲରେ ସୋଲାର ବ୍ୟବସ୍ଥାକୁ ବିକଳ୍ପ ଭାବେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ସେହିପରି ଯେଉଁ ପରୀକ୍ଷାକେନ୍ଦ୍ରରେ ସୁରକ୍ଷା, ପ୍ରଶ୍ନପତ୍ର ଏବଂ ଉତରଖାତା ରହିବା ଭଳି ଆଇରନ୍ ଚେଷ୍ଟ ନଥିବ, ପାଚେରୀ, ସିସି କ୍ୟାମେରା ବ୍ୟବସ୍ଥା ନଥିବ ସେହି ସ୍କୁଲରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ । ଜିଲ୍ଲାୱାରୀ ଯାଂଚ ପ୍ରକ୍ରିୟା ଟେଷ୍ଟ୍ ପରୀକ୍ଷା ଶେଷ ହେବା ପରେ ଆରମ୍ଭ ହେବ । ଆସନ୍ତା ମାଟ୍ରିକ ପରୀକ୍ଷାରେ ପୁଣି ଅଭିନବ ବ୍ୟବସ୍ଥା ଲାଗୁ କରିବାର ନିଷ୍ପତିି ଯୋଗୁଁ ଗଣଶିକ୍ଷା ବିଭାଗ ଚର୍ଚ୍ଚାକୁ ପୁଣି ଆସିଛି । ବିଭାଗର ଏପରି ନିଷ୍ପତିିକୁ ମଧ୍ୟ ସବୁସ୍ତରରେ ସ୍ୱାଗତ କରାଯାଇଛି । ପରୀକ୍ଷାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ସହ ପ୍ରଶ୍ନପତ୍ର ଏବଂ ଉତରଖାତାର ସୁରକ୍ଷା, କପି ରୋକିବା ଲାଗି ସିସି କ୍ୟାମେରା ଏବଂ ପାଚେରୀ ବାଧ୍ୟତାମୂଳକ ନିଷ୍ପତିି ହୋଇଛି । ମାଟ୍ରିକ ପରୀକ୍ଷା ଲାଗି ଯେଉଁ ସବୁ ସ୍କୁଲକୁ ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ କରାଯିବ ସେଥିପାଇଁ ୬ଟି ମାନଦଣ୍ଡକୁ ଅଗ୍ରଧିକାର ଦିଆଯାଇଛି । ଯେଉଁଥିରେ ସ୍କୁଲ ପାଚେରୀ, ସ୍କୁଲର ଭିତିଭୂମି, ମୁଖ୍ୟ ଫାଟକ ଏବଂ ସ୍କୁଲ ଫାଟକରେ ଗେଟ୍ ବ୍ୟବସ୍ଥା ରହିଥିବ, କରିଡର ଓ ଶ୍ରେଣୀରେ ସିସି କ୍ୟାମେରା, ବିଦ୍ୟୁତ ସଂଯୋଗ, ଲାଇଟ୍‌, ଫ୍ୟାନ୍‌, ପିଇବା ପାଣିର ବ୍ୟବସ୍ଥା ଥିବା ବାଧ୍ୟତାମୂଳକ କରାଯାଇଛି । ବିଶେଷକରି ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ଲାଗି ମୌଳିକ ସୁବିଧା ଏବଂ ବିଦ୍ୟୁତ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଗତ କିଛିବର୍ଷ ହେବ ବିଦ୍ୟୁତ ସଂଯୋଗ ନଥିବା ଏବଂ ବାରମ୍ବାର ବିଦ୍ୟୁତକାଟ ଲାଗି ପରୀକ୍ଷାରେ ବ୍ୟାଘାତ ଘଟୁଥିବା ବେଳେ ଖାତାଦେଖା ସମୟରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲା । ତେଣୁ ଏଥର ପ୍ରଥମ ପର୍ଯ୍ୟାୟ ଅନୁଧ୍ୟାନ ରିପୋର୍ଟରେ କେଉଁ ସ୍କୁଲରେ ବିଦ୍ୟୁତ ବ୍ୟବସ୍ଥା ରହିଛି ଏବଂ କେଉଁଠି ନାହିଁ ତାହାର ତାଲିକା ପ୍ରସ୍ତୁତ କରାଯିବ । ଯେଉଁ ସବୁ ସ୍କୁଲରେ ବିଦ୍ୟୁତ ସମସ୍ୟା ରହିଛି ସମ୍ପୃକ୍ତ ସ୍କୁଲରେ ବିକଳ୍ପ ବ୍ୟବସ୍ଥା ଭାବେ ସୋଲାର ବ୍ୟବସ୍ଥା କରାଯିବ । ସେଥିପାଇଁ ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନର ଟଙ୍କା ବ୍ୟୟ କରାଯିବ । ରାଜ୍ୟରେ ୧୭୧୨୨ଟି ସ୍କୁଲର ପାଚେରୀ ନଥିବା ବେଳେ ୩୭ହଜାର ୬୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନାହିଁ । ସେହିପରି ପ୍ରାୟ ୬ହଜାର ୫ଶହ ସ୍କୁଲର ଭିତିଭୂମି ମଧ୍ୟ ଠିକ ନାହିଁ । ଅନୁଧ୍ୟାନ କମିଟି ଏହି ସବୁ ସ୍କୁଲ ଯାଂଚ କରିବା ସହ କାହିଁକି ବ୍ୟବସ୍ଥାରେ ବିଳମ୍ବ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ । ଏପରିକି ଯଦି କୌଣସି ଜିଲ୍ଲାରେ ସମସ୍ୟା ଲାଗି ଅଧିକାରୀ ଦାୟି ଥିବା ଜଣାପଡ଼େ ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତିି ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ସହ ଖାତାଦେଖା ଏବଂ ସ୍କୁଲରେ ଜିରୋ ରେଜଲ୍ଟ ଯେପରି ସମ୍ପୂର୍ଣ୍ଣ ଶୂନ ହେବ ସେହି ଟାର୍ଗେଟରେ ବିଭାଗ କାର୍ଯ୍ୟ ଚଳାଇଛି । ବିଶେଷକରି ସିସି କ୍ୟାମେରାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଯେଉଁସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ ପହଂଚିପାରିନି ସେହି ସବୁ ସ୍କୁଲରେ ସୋଲାର ବ୍ୟବସ୍ଥା ଲଗାଯିବ । ସେଥିପାଇଁ ପ୍ରାଥମିକସ୍ତରରେ କେତେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ହୋଇନାହିଁ । ଜାନୁଆରୀରେ ଅନୁଧ୍ୟାନ ରିପୋର୍ଟ ମିଳିବା ପରେ ବଜେଟ ପ୍ରସ୍ତୁତ କରାଯାଇ ଫ୍ରେବୃଆରୀ ୨ୟ ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଲଗାଯିବ । ସେହିପରି ଏଥର ପରୀକ୍ଷା ପୂର୍ବରୁ ଜିଲ୍ଲାୱାରୀ ୪ଥର ମକଡିଲ୍ ମଧ୍ୟ କରାଯିବ । ଯେଉଁଥିରେ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ପ୍ରଥମଥର ରହିବାର ନିଷ୍ପତିି ମଧ୍ୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *