Saturday , February 29 2020
Breaking News
Home / ରାଜନୀତି / ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା: ଘରୋଇ ଗ୍ରାହକଙ୍କ ବିଜୁଳି ଲାଇନ୍ ନ କାଟିବାକୁ ଶକ୍ତିମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ : ସମାଜବାଦୀ ପାର୍ଟି

ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା: ଘରୋଇ ଗ୍ରାହକଙ୍କ ବିଜୁଳି ଲାଇନ୍ ନ କାଟିବାକୁ ଶକ୍ତିମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ : ସମାଜବାଦୀ ପାର୍ଟି

ଭୁବନେଶ୍ୱର ,୦୪/୦୨/୨୦୨୦ (ଓଡ଼ିଶା ସମାଚାର)-ଚଳିତ ମାସ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଓ ମାର୍ଚ୍ଚ ୩ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ବିଭିନ୍ନ ବିଜୁଳି ବିତରଣ କମ୍ପାନୀମାନେ ବାକିଆ ବିଲ୍ ନ ଦେଲେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବେ ବୋଲି ଧମକ ଦେଇଛନ୍ତି । ‘ସେସୁ’ ୬ ତାରିଖଠାରୁ ଲାଇନ୍ କାଟିବାକୁ ନୋଟିସ୍ ଦେଇଥିଲା ବେଳେ ‘ନେସ୍କୋ’ ଓ ‘ୱେସ୍କୋ’ ଆସନ୍ତା ୧୬ ତାରିଖରୁ ବିଲ୍ ବାକିଥିବା ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ନୋଟିସ୍ ଦେଇଛନ୍ତି । ଏହା ଫଳରେ ପରୀକ୍ଷା ଦେବାକୁ ଥିବା ଛାତ୍ର/ଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଶକ୍ତିମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକ ପତ୍ର ଲେଖି ତୁରନ୍ତ ଏହି ବିଜୁଳି କମ୍ପାନୀ ସି.ଇ.ଓ. ମାନଙ୍କର ଏକ ବୈଠକ ଡାକି ଲାଇନ୍ ନ କାଟିବାକୁ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାବ୍ୟତୀତ ବାକି ଥି’ବା ବିଜୁଳି ବିଲ୍‌କୁ ସହଜ କିସ୍ତିରେ ପଇଠ କରିବା ପାଇଁ ଗ୍ରାହକମାନଙ୍କୁ ସୁଯୋଗ ଦେବାକୁ ମଧ୍ୟ ମନ୍ତ୍ରୀଙ୍କୁ ଏହି ପତ୍ର ମାଧ୍ୟମରେ ସେ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର …

Leave a Reply

Your email address will not be published. Required fields are marked *