Tuesday , January 28 2020
Breaking News
Home / ତାଜା ଖବର / ମାଛୁଆତି ଛକରେ ବାଇକ୍ କୁ ପିଟିଲା କାର୍

ମାଛୁଆତି ଛକରେ ବାଇକ୍ କୁ ପିଟିଲା କାର୍

                             ବାଇକ୍ ଚାଳକ ଗୁରୁତର

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): କଟକ ଚାନ୍ଦବାଲି ରାସ୍ତା ଦୁର୍ଘଟଣା ପ୍ରବଣ ରାସ୍ତା ପାଲଟିଥିବା ବେଳେ ଜଗତପୁରରୁ ସାଲେପୁର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ହୋଇପଡ଼ିଛି । ଏହି ରାସ୍ତାରେ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣାମାନ ଘଟିଚାଲିଛି । ଦୁର୍ଘଟଣାରେ ଧନଜୀବନ ହାନୀ ହେବାରେ ଲାଗିଛି । ଆଜି ସାଲେପୁର ସହର ଉପକଣ୍ଠ ମାଛୁଆତି ଛକରେ ଦୁର୍ଘଟଣା ଘଟିଛି । ଜଗତପୁର ଥାନା ଅଂଚଳ ଚମ୍ପାପୁର ଗ୍ରାମର ବିରଂଚିନାରାୟଣ ମହାନ୍ତି ବାଇକ୍ ଧରି ମାଛୁଆତି ଛକରେ ଠିଆ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଚାନ୍ଦୋଳ ଅଭିମୁଖେ ଯାଉଥିବା ଓଆର ୦୫ ଏଟି ୯୩୩୩ ନମ୍ବର ଥିବା କାର୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବିରଂଚି ଗୁରୁତର ହୋଇପଡ଼ିଥିଲେ । ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ଦମକଳ ଗାଡ଼ି ଯୋଗେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସ ପାଇଁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ସାଲେପୁର ପୋଲିସ୍ ପହଂଚି କାରକୁ ଜବତ କରି ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶଥାଉକି ସାଲେପୁର ବଜାରରେ ଟ୍ରାଫିକ୍ ସମସ୍ୟା ଅସମ୍ଭାଳ ହୋଇପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଗାଡ଼ି ଧକାରେ ଜଣେ ମୃତ

ଭବାନୀ ପାଟଣା, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପାଖରୀକୁ ଜଣେ ଯୁବକ ଯାଉଥିବା …

Leave a Reply

Your email address will not be published. Required fields are marked *