Saturday , December 7 2019
Home / କୃଷି / ମାଙ୍କଡ ପଲ ଦ୍ୱାରା ବିରି ଫସଲ କ୍ଷତିଗ୍ରସ୍ତ 

ମାଙ୍କଡ ପଲ ଦ୍ୱାରା ବିରି ଫସଲ କ୍ଷତିଗ୍ରସ୍ତ 

ଗରଦପୁର, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ଦଳ ଦଳ ହୋଇ ଆସିଥିବା ମାଙ୍କଡମାନଙ୍କ ଦ୍ୱାରା ଅଂଚଳରେ କରାଯାଇଥିବା ବିରି ଜମିରେ ପଶି ଫସଲ କ୍ଷତିଗ୍ରସ୍ତ କରୁଥିବାର ଦେଖାଯାଉଛି । ଦଳ ଦଳ ହୋଇ ମାଙ୍କଡମାନେ ବିରି ଜିମରେ ପଶି ବିରି ଗଛରେ ହେଉଥିବା ଫୁଲ ଓ କଁଅଳ ବିରି ଛୁଇଁଗୁଡିକୁ ଖାଇ ଯାଉଥିବା ବେଳେ, କେତେକ ଜମିରେ ବିରି ଗଛଗୁଡିକୁ ଗୋଡରେ ଟାଣି ଉପାଡି ଦେଉଥିବାର ମଧ୍ୟ ଦେଖାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ,ସୋଲପାଟ ଓ କୂଳତୁଠୀ ଗ୍ରାମର ଚିତ୍ରୋପôଳା ନଦୀପଠା ଜମିରେ ବହୁ ପରିମାଣରେ ବିରି ଚାଷ କରାଯାଇଛି । ଗୋଟିଏ ଦଳରେ ପ୍ରାୟ୧୫ରୁ୧୯ପର୍ଯ୍ୟନ୍ତ ଛୋଟ ବଡ ମାଙ୍କଡ ଦଳ ବିରି ଫସଲ ହୋଇଥିବା ଜମିରେ ପଶି ବିରି ଫସଲକୁ ନଷ୍ଟ କରୁଥିବାର ଦେଖାଯାଉଛି । କେତେକ ସ୍ଥାନରେ ଚାଷୀମାନେ ମାଙ୍କଡମାନଙ୍କୁ ଘଉଡାଉ ଥିବାର ଦେଖାଯାଇଛି । ଏବେ ବିରି ଗଛରେ ଫୁଲ ଓ ଛୁଇଁ ଧରୁଥିବାରୁ ମାଙ୍କଡ ଗୁଡିକ ବିରି ଜମିରେ ପଶି ସେଗୁଡିକୁ ନଷ୍ଟ କରିଦେଉଛନ୍ତି । ସେହିପରି ପାଖଡ, ପାଟକୁରା,ଆଖଆ, ପରକଣା,ଇନ୍ତାଲପୁର,ଚକବାହାକୁଦ,ଜଗଦ୍ଧଳପୁର ଆଦି ଗ୍ରାମରେ ଚାଷ କରାଯାଇ ଥିବା ବିରି ଜମିମାନଙ୍କରେ ମାଙ୍କଡ ଦଳ ପଶି ଫସଲ ନଷ୍ଟ କରୁଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।  ଏ ସମ୍ପର୍କରେ ପାଖଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗରଦପୁର ଗ୍ରାମର ଦେବ କୁମାର ପାଣି,ଆଖୁଆ ଗ୍ରାମର ମାଧବ ଚନ୍ଦ୍ର ରାଉତ ଓ ଚାନ୍ଦପଲା ଗ୍ରାମର ଘନଶ୍ୟାମ କାପ୍ ପ୍ରମୁଖ  ପ୍ରକାଶ କରିଛନ୍ତି ଯେ, ଦିନକୁ ଦିନ ମାଙ୍କଡମାନଙ୍କ ଉପଦ୍ରବ ଫଳରେ ଚାଷୀମାନେ ପନି ପରିବା ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ।  ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଠାରେ ବିଶ୍ୱ ମୃତିକା ଦିବସ ପାଳିତ

ଜଗତସିଂହପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ (ନିମାଇଁ ଭବନ)ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା …

Leave a Reply

Your email address will not be published. Required fields are marked *