Monday , December 9 2019
Home / ବିଶେଷ / ମା’କାଳୀ ବିଦ୍ୟାପୀଠରେ ପରିଚାଳନା କମିଟି ଗଠନ ନେଇ ଆମରଣ ଅନଶନ

ମା’କାଳୀ ବିଦ୍ୟାପୀଠରେ ପରିଚାଳନା କମିଟି ଗଠନ ନେଇ ଆମରଣ ଅନଶନ

ସାଲେପୁର, ୧୮/୧୧/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରଠାରେ ଥିବା ମା’କାଳୀ ବିଦ୍ୟାପୀଠର ପରିଚାଳନା କମିଟି ଗଠନ ନେଇ ଦୁଇଦିନ ତଳେ ଧାରଣାରେ ବସିଥିବା ସମାଜସେବୀ ବିବେକାନନ୍ଦ ଦାସଙ୍କ ଦାବିପ୍ରତି ପ୍ରଶାସନ କର୍ଣ୍ଣପାତ ନକରିବାରୁ ଆଜି ଠାରୁ ସେ ଆମରଣ ଅନଶନରେ ବସିଥିବା ଜଣାଯାଇଛି । ଅପର ପକ୍ଷରେ ମା’କାଳୀ ବିଦ୍ୟାପୀଠରେ ଦୀର୍ଘବର୍ଷ ଧରି ପରିଚାଳନା କମିଟି ଗଠନ କରାଯାଇନଥିବାରୁ ଏ ସଂପର୍କରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ମାମଲା ଦାଖଲ ହୋଇଥିଲା । ନ୍ୟାୟାଳୟ ମଧ୍ୟ ତୁରନ୍ତ ପରିଚାଳନା କମିଟି ଗଠନ କରିବାପାଇଁ ନିର୍ଦେଶ ଦେଇଥିଲେ । ଗତ ୨୬ ।୦୮ ।୨୦୧୯ରିଖରେ ନୂତନ ପରିଚାଳନା କମିଟି ଗଠନ ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଅଧିକାଂଶ ସଭ୍ୟ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମୟରେ ଗଚ୍ଛିତ ପାଣ୍ଠିର ୩ଲକ୍ଷ ୨୦ହଜାର ଟଙ୍କାର ହିସାବ ଉପସ୍ଥାପନ ପାଇଁ ଅଡିବସିଥିଲେ । ଫଳରେ ପରିଚାଳନା କମିଟି ଗଠନ ହୋଇପାରିନଥିଲା ।  ଲକ୍ଷ୍ମୀନାରାୟଣପୁରର କେତେକ ଗ୍ରାମବାସୀ ଲିଖିତ ଭାବରେ ଜଣାଇଛନ୍ତି ଯେ ଗଚ୍ଛିତ ପାଣ୍ଠିର ହିସାବ ଦେବାପରେ ପରିଚାଳନା କମିଟି ଗଠନ କରାଯାଉ । ଅପର ପକ୍ଷରେ ଏହି ପରିଚାଳନା କମିଟି ଗଠନ ନେଇ ଏବେ ଏଠାରେ ବିବାଦ ଆରମ୍ଭ ହୋଇଯାଇଥିବାବେଳେ ଏହାର ସମାଧାନ କରାନଗଲେ ଆଗକୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇପଡିବ ବୋଲି କୁହାଯାଇଛି । ଖବର ପାଇ ସାଲେପୁର ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ଜଗବନ୍ଧୁ ଶତପଥୀ ଅନଶନସ୍ଥଳରେ ପହଂଚି ଅନଶନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଏହି ଖବର ଲେଖାହେଲାବେଳକୁ ଏହି ଘଟଣାର କୌଣସି ସମାଧାନ ହୋଇନଥିଲା । ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *