Thursday , November 14 2019
Breaking News
Home / ବିଶେଷ / ମାଓବାଦୀ ଭୟ ରେ ଗାଁ ଛାଡିଲେ ୬ ଟି ଆଦିବାସୀ ପରିବାର

ମାଓବାଦୀ ଭୟ ରେ ଗାଁ ଛାଡିଲେ ୬ ଟି ଆଦିବାସୀ ପରିବାର

ମାଲକାନଗିରି,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ନକ୍ସଲଙ୍କ ଅତ୍ୟାଚାର, ମାଓବାଦୀଙ୍କ ନାଲି ଆଖି ଭୟରୁ ନିରୀହ ଆଦିବାସୀ ମରିମରି ବଂଚିବା ଅପେକ୍ଷା ସବୁଦିନ ପାଇଁ ୬ ଟି ପରିବାର ନିଜ ଭିଟାମାଟି ଛାଡି ଦେଇଛନ୍ତି । ମାଓ ଇଲାକାରେ ସାଧାରଣ ଲୋକଟିଏ ହୋଇ ମଧ୍ୟ ଶାନ୍ତିରେ ରହିବାକୁ ହେଲେ କେତେ ଅକଥନୀୟ କଷ୍ଟ ସହିବାକୁ ହୁଏ ବୋଲି ଏହି ନିରୀହଙ୍କ ମୁଁହରୁ ସ୍ପଷ୍ଟ ଜଣାପଡିଛି । ମନ ଭିତରେ କ୍ଷଣ କ୍ଷଣକେ ମାଓବାଦୀଙ୍କ ଭୟ ରହିଛି । ପରିବାର ସହିତ ଗାଁରେ ରହୁନ୍ତି ସତ । କିନ୍ତୁ ପରିବାର ପାଇଁ ନୁହେଁ । ଦିନସାରା କୁଲି କାମ କରି ଦୁଇମୁଠା ଖାଇବାକୁ ଯୋଗାଡ କରି ମାଓବାଦୀଙ୍କୁ ଦେବାକୁ ପଡେ ବୋଲି ଅଭିଯୋଗ କରିଛନ୍ତି ବିତାଡିତ ପରିବାର । ସେଥିପାଇଁ ତ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଏବଂ କେରମେଟି ଗାଁର ଆଦିବାସୀ ପରିବାର ଭିଟାମାଟି ଛାଡି ଥିବା ଅଭିଯୋଗ ହୋଇଛି । ପରିବାର ସହିତ ଆସି ମାଥିଲି ସଦରଠାରୁ ଅନତି ଦୂର ଗାଙ୍ଗରାଜଗୁମ୍ମା ଜଙ୍ଗଲ ପାଶ୍ୱର୍ ଚାଷ ଜମିରେ କୁଡିଆ କରି ଆଶ୍ରୟ ନେଇଛନ୍ତି । ନକ୍ସଲ ଭୟରେ ପଳାଇ ଆସି ଜଣେ ସମାଜସେବୀଙ୍କୁ କହିବାରୁ ତାଙ୍କ ଚାଷ ଜମି ପାଶ୍ୱର୍ରେ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି । ଫଳରେ ସଦରରେ ସେମାନେ କୁଲି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ପ୍ରାୟ ୭ ମାସ ବିତିଗଲାଣି ମାଓବାଦୀଙ୍କ ଭୟରେ କଷ୍ଟ ସହିବାକୁ ହୁଏ ବୋଲି ଏହି ନିରୀହଙ୍କ ମୁଁହରୁ ସ୍ପଷ୍ଟ ଜଣାପଡିଛି । ମନ ଭିତରେ କ୍ଷଣ କ୍ଷଣକେ ମାଓବାଦୀଙ୍କ ଭୟ ରହିଛି । ପରିବାର ସହିତ ଗାଁରେ ରହୁନ୍ତି ସତ । କିନ୍ତୁ ପରିବାର ପାଇଁ ନୁହେଁ । ଦିନସାରା କୁଲି କାମ କରି ଦୁଇମୁଠା ଖାଇବାକୁ ଯୋଗାଡ କରି ମାଓବାଦୀଙ୍କୁ ଦେବାକୁ ତୁଳସୀ ଓ କେରମେଟି ଗାଁର ଅଧିକାଂଶ ପରିବାର ଗାଁ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ଏ ନେଇ ପ୍ରଶାସନ ନିକଟରେ କୌଣସି ଖବର ନ ଥିବା ଜଣାପଡିଛି । ମାଓ ଭୟରେ ଚାଲି ଆସିଥିବା ପରିବାରଙ୍କୁ ମଧ୍ୟ ଥଇଥାନ କରାଯାଇ ନାହିଁ । ମାଓବାଦୀମାନେ ସବୁବେଳେ ଗାଁ ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରୁଛନ୍ତି । ପ୍ରତିଦିନ ଚାଉଳ ଓ ପନିପରିବା ଖାଇବାକୁ ପ୍ରତି ଘରୁ ମାଗି ନେଉଛନ୍ତି । ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଅନ୍ୟପକ୍ଷରେ କୁଲି କରି ପରିବାର ପାଇଁ ଯୋଗାଡ କରିଥିବା ଅର୍ଥ ମାଓ ସଙ୍ଗଠନରେ ଦେବାକୁ ପଡୁଛି । ହାତରେ ମୋବାଇଲ ଫୋନ୍ ଦେଖିଲେ ନିସ୍ତୁକ ମାଡ ମରାଯାଉଛି । ଗାଁରୁ ସହରକୁ ହାଟ ବଜାର ଓ କାମ କରିବାକୁ ଆସିଲେ ପୁଲିସ ସହିତ ହାତ ଥିବା କହି ମାଡ ମାରାଯାଉଥିବା ମଧ୍ୟ ଅଭିଯୋଗ କରୁଛନ୍ତି ବିତାଡିତ ଗ୍ରାମବାସୀ । ନିଜେ ବଂଚିବୁ ନା ନକ୍ସଲଙ୍କୁ ବଂଚାଇବାକୁ ଉଦ୍ୟମ କରିବୁ ବୋଲି ଗ୍ରାମବାସୀ କହିଛନ୍ତି । ଏପରିସ୍ଥିତିରେ ଗାଁ ଛାଡି ଅନ୍ୟତ୍ର ଯିବାକୁ ଗ୍ରାମବାସୀ ନିଷ୍ପତିି ନେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଗାଁ ଛାଡିଥିବା ପରିବାରଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ ଥଇଥାନ କରାଯିବ ବୋଲି ମାଥିଲି ବିଡିଓ ଆଶିଷ କୁମାର ଭୋଇ କହିଛନ୍ତି । ନିରୀହ ଆଦିବାସୀ ପରିବାରଙ୍କୁ ପ୍ରଶାସନ ତରଫରୁ ଥଇଥାନ କରାଯିବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ରାୟଗଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ମୁଖ୍ୟାଳୟସ୍ଥିତ ଗ୍ରାମ୍ୟଉନ୍ନୟନ ସଦଭାବନା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ଏକ …

Leave a Reply

Your email address will not be published. Required fields are marked *