Monday , February 24 2020
Home / ବିଶେଷ / ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଅଳ୍ପକେ ବର୍ତିଲେ ଯବାନ

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଅଳ୍ପକେ ବର୍ତିଲେ ଯବାନ

ରାୟଗଡ଼ା,୨୯/୦୧/୨୦୨୦ (ଓଡ଼ିଶା ସମାଚାର)-ରାୟଗଡ଼ା-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ନିୟମଗିରି ପାହାଡ଼ ଉପରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି । କମ୍ବିଂ ଅପରେସନ୍‌ରେ ସାମିଲ ଥିବା ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଛନ୍ତି । ଦୁଇଟି ବିସ୍ଫୋରଣ ହୋଇଥିବା ଜଣାପଡିଛି । ତେବେ ଏଥିରେ ଯବାନଙ୍କ କୌଣସି କ୍ଷତି ଘଟିନଥିବା ରାୟଗଡ଼ା ଏସପି ଶର୍ବଣା ବିବେକ. ଏମ୍ ଘଟଣା ସଂପର୍କରେ ସ୍ପଷ୍ଟ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ ଗତ ୨୨ ତାରିଖରେ ମାଓବାଦୀମାନେ ନିୟମଗିରି ପାହାଡ଼ରେ ଥିବା ଏକ ଠିକା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏହାପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ତେବେ ଗତ ଦୁଇଦିନ ହେବ ଏସଓଜି, ଡିଭିଏଫ୍ ଓ ସିଆରପିଏଫ୍ ଯବାନଙ୍କ ଦ୍ୱାରା ସମଗ୍ର ନିୟମଗିରି ଅଂଚଳରେ ଏକ ମିଳିତ ଅପରେସନ୍ ଚାଲିଥିଲା । ଅପରେସନ୍ ସମୟରେ ପାହାଡ଼ ଶିଖରରେ ଆଶ୍ରୟ ନେଇଥିବା ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ । ତେବେ ଏହି ବିସ୍ଫୋରଣରେ ଯବାନଙ୍କ କିଛି କ୍ଷତି ହୋଇନଥିଲେ ମଧ୍ୟ ଅଳ୍ପକେ ବର୍ତି ଯାଇଛନ୍ତି । ଏହାପରେ ଆହୁରି ଅଧିକ ଫୋର୍ସ ସେହି ଅଂଚଳକୁ ଯାଇଥିବା ଏସପି କହିଛନ୍ତି । ମୁନିଗୁଡ଼ା ଥାନା ଅନ୍ତର୍ଗତ ଧାମୁଣିପଙ୍ଗା ଗ୍ରାମ ନିକଟରେ ମାଓବାଦୀମାନେ ଏହି ବିସ୍ଫୋରଣ କରିଥିଲେ । ଏହାପରେ ଯବାନମାନେ ମାଓବାଦୀଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଘଂଚ ଜଙ୍ଗଲର ଫାଇଦା ନେଇ ମାଓବାଦୀମାନେ ଖସିଯିବାକୁ ସକ୍ଷମ ହୋଇଛନ୍ତି । ତେବେ ଏକ ମାଓ କ୍ୟାମ୍ପକୁ ଯବାନମାନେ ଠାବ କରିଛନ୍ତି । ଉକ୍ତ କ୍ୟାମ୍ପରୁ ମାଓବାଦୀଙ୍କ ସାମଗ୍ରୀ ଜବତ ହୋଇଛି । ବର୍ତମାନ ମୁନିଗୁଡ଼ା ଥାନା ଇଲାକାରେ କମ୍ବିଂ ଅପରେସନ୍ କୁ ଆହୁରି ଜୋରଦାର କରାଯାଇଛି । ଏଥିସହ ଅମ୍ବାଦଳା, କଲ୍ୟାଣସିଂହପୁର ଓ ବିଷମକଟକ ଥାନା ଅଂଚଳରେ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଯାଂଚ କରାଯାଉଥିବା ନଜରକୁ ଆସିଛି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *