Saturday , December 7 2019
Home / ବିଶେଷ / ମାଓବାଦୀଙ୍କ ପିଏଲଜିଏ ସପ୍ତାହ : ମାଲକାନଗିରି, ରାୟଗଡ଼ାକୁ ବସ୍ ଚଳାଚଳ ବନ୍ଦ

ମାଓବାଦୀଙ୍କ ପିଏଲଜିଏ ସପ୍ତାହ : ମାଲକାନଗିରି, ରାୟଗଡ଼ାକୁ ବସ୍ ଚଳାଚଳ ବନ୍ଦ

ଜୟପୁର, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପାଇଁ ଜୟପୁରଠାରୁ ମାଲକାନଗିରି ଓ ରାୟଗଡାକୁ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏ ନେଇ ଷ୍ଟେସନ ମାଷ୍ଟର ପ୍ରମୋଦ କୁମାର ସାହୁ ଜଣାଇଛନ୍ତି ଯେ, ଉକ୍ତ ଅଂଚଳର ୧୪ ରୁଟ୍ ର ୨୨ଟି ଗାଡି ବନ୍ଦ ରହିଛି । ଏହି ସହିଦ ସପ୍ତାହ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବାକୁ ଥିବାରୁ ଆସନ୍ତା ୯ ତାରିଖରେ ପୁଣି ବସ୍ ଚଳାଚଳ ଆରମ୍ଭ ହେବ ବୋଲି ଜଣାଯାଇଛି । ଏହି ବସ୍ ବନ୍ଦ ଯୋଗୁଁ ଶତାଧିକ ଯାତ୍ରୀ ଏବେ ହଇରାଣ ହେଉଥିବା ଦେଖାଦେଇକ୍ତି । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *