Saturday , February 29 2020
Breaking News
Home / କୃଷି / ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ମାଛଚାଷ ତାଲିମ ଶିବିର

ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ମାଛଚାଷ ତାଲିମ ଶିବିର

ଗରଦପୁର, ୧୪/୦୨/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ପରିସର ମଧ୍ୟରେ ଥିବା ‘ଆତ୍ମା’ର ସଭା ଗୃହରେ ଆଜି କେନ୍ଦ୍ରାପଡା ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଦ୍ୱାରା ଗ୍ରାମ ପଂଚାୟତ ପୋଖରୀରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ନିମନ୍ତେ ଦୁଇ ଦିନିଆ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବରକୁ ଜିଲା ମତ୍ସ୍ୟ ଅଧିକାରିଣୀ ଶ୍ରୀମତୀ ମମତା ମହାପାତ୍ର ଉଦଘାଟନ କରିବା ସହିତ ଉପସ୍ଥିତ ଥିବା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ମାଛ ଚାଷ ସମ୍ପର୍କରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାମାନ ସମ୍ପର୍କରେ କହିଥିଲେ । ଏହି ଶିବିରରେ ଅତିଥି ଭାବରେ ଜିଲାର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦିଲ୍ଲୀପ୍ କୁମାର ମହାନ୍ତି, ଗରଦପୁର ବ୍ଲକର ଅତିରିକ୍ତ କୃଷି ସହକାରୀ ଅଧିକାରୀ ପ୍ରିୟବ୍ରତ ଜେନା, ବିପିସି ମହେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ ରାଜ୍ୟ ସରକାର ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ପ୍ରଦାନ କରିଥିବା,ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କଲେ ଅଧିକ ଲାଭବାନ୍ ହେବା,ମାଛ ଚାଷ କରିବା ଦ୍ୱାରା ମହିଳା ଗୋଷ୍ଠିଗୁଡିକ ଆତ୍ମନିର୍ଭରଶୀଳ ହୋଇ ପାରିବା ସହିତ ପୁଷ୍ଟିକର ଖାଧ୍ୟ ମଧ୍ୟ ପାଇପାରିବା ସମ୍ପର୍କରେ ଆଲୋଚନା କରିଥିଲେ । ୱଲର୍ଡ ଫିସ୍ ର ଜୋନାଲ ମ୍ୟାନେଜର ସୌରଭ ବିଶ୍ୱାଳ ପଂଚାୟତ ପୋଖରୀରେ ମାଛ ଚାଷର ପଦ୍ଧତି,ମାଛ ଚାଷ ହୋଇଥିବା ପୋଖରୀରେ ଜଳ ଓ ଖାଦ୍ୟ ପରିଚାଳନା କରାଯିବା,ରୋଗ ପୋକ ନିରାକରଣ ଓ ମହୁରାଳି ମାଛ ଏବଂ ତାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଗରଦପୁର ବ୍ଳକର ମତ୍ସ୍ୟ ଅଧିକାରୀ ରବିନ୍ଦ୍ର ସାହୁ ଓ ମତ୍ସ୍ୟ ବୈଷୟିକ ସହାୟକ ଶଙ୍କର୍ଷଣ ପଣ୍ଡା ଶିବିର ପରିଚାଳନା କରିଥିଲେ । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗରଦପୁର ବ୍ଳକରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୨ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି,୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ୧୫ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଓ ୨ୟ ପର୍ଯ୍ୟାୟରେ ଆଉ୧୫ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ସଦସ୍ୟାମାନେ ପ୍ରଶିକ୍ଷଣ ନେଇଛନ୍ତି ଓ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୪୦ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଦ୍ୱାରା ପଂଚାୟତ ପୋଖରୀକୁ ନିଲାମ ନେଇ ମାଛ ଚାଷ କରୁଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି …

Leave a Reply

Your email address will not be published. Required fields are marked *