Monday , December 16 2019
Breaking News
Home / ତାଜା ଖବର / ମହିଳା  ମଦ ଦୋକାନ  ଭାଙ୍ଗିବା ଘଟଣା, ୨୫ ଜଣଙ୍କ ନାମରେ ମାମଲା ରୁଜୁ

ମହିଳା  ମଦ ଦୋକାନ  ଭାଙ୍ଗିବା ଘଟଣା, ୨୫ ଜଣଙ୍କ ନାମରେ ମାମଲା ରୁଜୁ

କେନ୍ଦ୍ରାପଡା ୧୪/୧୧/୨୦୧୯(ଓଡ଼ିଶା ସମାଚାର)-ବାରମ୍ବାର ପ୍ରସାଶନକୁ ଅଭିଯୋଗ କଲେ ମଧ୍ୟ ପ୍ରସାଶନ ସରକାରୀ ମଦ ଦୋକାନକୁ ସ୍ଥାନାନ୍ତରିତ ନ କରିବାରୁ ବାଧ୍ୟ ହୋଇ ସ୍ଥାନୀୟ ମହିଳା ଆଇନକୁ ହାତକୁ ନେଇ ମଦ ଦୋକାନଟିକୁ ଭାଙ୍ଗି ଚୁରମାର କରିଦେଇଥିଲେ । ସଦର ଥାନା ନାଗେଶ୍ୱରପୁର ଗ୍ରାମ ନିକଟରେ ଥିବା ସରକାରୀ ମଦ ଦୋକାନରୁ ମଦ କିଣି ସ୍ଥାନୀୟ ଲୋକେ ମଦ ପିଇବା ସହିତ ଅନେକ ସମୟରେ ଅସାମାଜିକ କାର୍ଯ୍ୟ କଳାପରେ ଲିପ୍ତ ରହିିଥାନ୍ତି । ଏହାକୁ ନେଇ ସ୍ଥାନୀୟ ଅଳର ମହିଳାମାନେ ବହୁବାର  ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ । ଏଥିରେ କିଛି ସୁଫଳ ନମିଳିବାରୁ  ବୁଧବାର ଦିନ ଶତାଧିକ ମହିଳା ମଦ ଦୋକାନ ନିକଟରେ ପହଂଚିି ସରକାରୀ ମଦ ଦୋକାନଟିକୁ ଭାଙ୍ଗିବା ସହିତ ଦୋକାନ ମଧ୍ୟରେ ଥିବା ମଦ ପୋଟି ଗୁଡିକୁ  ବାହାରେ ଫୋପାଡି ଦେଇଥିଲେ । ଏହି ଘଟଣାକୁ ନେଇ ସଦର ଥାନାରେ  ମଦ ଦୋକାନି ମାଲିକ ଖଗେଶ୍ୱର ରାଉତଙ୍କ  ଅଭିଯୋଗ କ୍ରମେ ସଦର ଥାନା ପୋଲିସ ଆଇନକୁ ହାତକୁ  ନେଇଥିବା ୨୫ ଜଣ ମହିଳାଙ୍କ ବିରୋଧରେ ୩୨୧/୨୦୧୯ ରେ ଏକ ମାମଲା ରୁଜୁ  କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ

ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …

Leave a Reply

Your email address will not be published. Required fields are marked *