Wednesday , November 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ମହିଳା ଗୋଷ୍ଠିଙ୍କୁ ଋଣ ଯୋଗାଇବ ଓସାଫି

ମହିଳା ଗୋଷ୍ଠିଙ୍କୁ ଋଣ ଯୋଗାଇବ ଓସାଫି

କେନ୍ଦ୍ରାପଡା ୨୩/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରିବା ସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଯେଉଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନେ ବ୍ୟାଙ୍କରୁ   ଋଣ ପାଇପାରି ନାହାନ୍ତି ସେମାନଙ୍କ ନିମନ୍ତେ ଓସାଫି ପକ୍ଷରୁ ଅଭିନବ ଉପାୟରେ ଋଣ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଓସାଫି ସମବାୟ ସଙ୍ଘ ପକ୍ଷରୁ ସେହିସବୁ ଗୋଷ୍ଠି ଗୁଡିକୁ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଓସାଫି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାଙ୍କରୁ  ଋଣ ପାଇନଥିବା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ନିମନ୍ତେ ଋଣ ପ୍ରଦାନ ନିମନ୍ତେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଗରାପୁରସ୍ଥିତ ମୟୁରୀ ପ୍ୟାଲେସ ହୋଟେଲ ପରିସରରେ ଅନୁଷ୍ଠିତ ପତ୍ରକାର ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସାଫିର କର୍ମକର୍ତାମାନେ । ରାଜ୍ୟର ପ୍ରାୟ ୭୦ଭାଗ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବିଭିନ୍ନ ବ୍ୟାଙ୍କରୁ ଋଣନେଇ ଆର୍ଥିକ ସ୍ୱାବଲମ୍ବି ହୋଇପାରିଥିବା ବେଳେ ଆହୁରି ୩୦ ପ୍ରତିଶତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ସେଥିରୁ ବଂଚିତ ହୋଇଥିବା ଦେଖାଯାଇଛି । ସେହି ବଂଚିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟସରକାରଙ୍କ ସହଯୋଗରେ ଓସାଫି ପକ୍ଷରୁ ଋଣ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଓସାଫିରେ ଅନୁବନ୍ଧିତ ସଂସ୍ଥା ଗୁଡିକ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରୁ ଋଣ ଆଣି ଋଣ ପାଇବାରୁ ବଂଚିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଅନୁଯାଇ ଋଣ ପ୍ରଦାନ କରିବେ ବୋଲି ଓସାଫିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକ ସୂଚନା ଦେଇଥିଲେ । ଏହି ପ୍ରକ୍ରୀୟାକୁ ଅଧିକରୁ ଅଧିକ କ୍ରୀୟାଶୀଳ କରିବା ପାଇଁ ସଂପୃକ୍ତ ସଂସ୍ଥାର କର୍ମଚାରୀମାନେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ନିକଟକୁ ଯାଇ ସେମାନଙ୍କୁ ସଚେତନ କରି ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବାକୁ  ପ୍ରଚେଷ୍ଟା ହେବ  ବୋଲି କହିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମଉଥାନର ଉପସଭାପତି ଗୋବିନ୍ଦ ଚନ୍ଦ୍ର ଦାଶ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଫୁ୍ୟଜନ ମାଇକ୍ରୋ ଫାଇନାନ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷ୍ୟଶୃଙ୍ଗ ସାହୁ, ଆଂଚଳିକ ପରିଚାଳକ ରତ୍ନାକର ପାଣିଗ୍ରାହୀ, ବି.ପି.ଆଇ.ଏଲ.ର ଆଂଚଳିକ ପରିଚାଳକ  ଦିଲ୍ଲିପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଆନ୍ଧ୍ରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ ବିଶାଖାପାଟଣା/ ଭୁବନେଶ୍ୱର ୦୯/୧୧/୨୦୧୯(ଓଡ଼ିଶା ସମାଚାର)-ପୂର୍ବ ଭାରତରେ ଅଧିକ …

Leave a Reply

Your email address will not be published. Required fields are marked *