Saturday , December 7 2019
Home / ଶିକ୍ଷା / ମହିଳା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ମହିଳା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଗରଦପୁର, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ମହିଳା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି । ଏହି ଶିବିର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଅଧ୍ୟକ୍ଷ ତି୍ରଲୋଚନ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅଂଚଳର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଦୀପ୍ତିରଂଜନ କାନୁନଗୋ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ମାନଙ୍କ ସୁରକ୍ଷା କ୍ଷେତ୍ରରେ ଏହି ତାଲିମ କାର୍ଯ୍ୟକ୍ରମ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଆଶାପୋଷଣ କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ବିଭୁତି ଭୂଷଣ ବେଉରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆତ୍ମରକ୍ଷା ସମ୍ପର୍କରେ ତାଲିମ ନେଲେ କିପରି ନିଜକୁ ସୁରକ୍ଷିତ କରାଯାଇ ପାରିବ ସେ ସମ୍ପର୍କରେ ଶିକ୍ଷାର୍ଥୀ ମାନଙ୍କୁ ସୂଚନା ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉର୍ଦ୍ଧୁ ବିଭାଗର ଅଧ୍ୟାପକ ମହମ୍ମଦ ମୋବିନ ଯୋଗଦେଇ ତାଲିମ ଶିବିରର ଶିକ୍ଷାର୍ଥୀ ମାନଙ୍କୁ ଆତ୍ମରକ୍ଷା ସମ୍ପର୍କରେ ଅନେକ ସୂଚନା ଦେଇଥିଲେ । ମାଷ୍ଟର ଟ୍ରେନର ଭାବେ ସୁଶ୍ରୀ ଅନସୂୟା ବେହେରା ଯୋଗଦେଇଛନ୍ତି । ଶିବିରର ସଂଯୋଜିକା ସଂସ୍କୃତ ଅଧ୍ୟାପିକା ଶ୍ରୀମତୀ ତନୁଜା ବିଶ୍ୱାଳ ବିବରଣୀ ପାଠ କରିଥିଲେ । ଉକ୍ତ ଶିବିରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ୭୪ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ମଙ୍ଗଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ଗ୍ରାମବାସୀ ଙ୍କ ବିରୋଧ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଶିକ୍ଷାଜିଲ୍ଲା ଅଧିନରେ ଯାଉଥିବା ଇସାଣିବ୍ରହ୍ନପୁର ପଂଚାୟତର ଖେଂଟାଳ ଗ୍ରାମରେ ଅବସ୍ଥିତ ବଳରାମ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ …

Leave a Reply

Your email address will not be published. Required fields are marked *