Tuesday , February 25 2020
Breaking News
Home / କ୍ରୀଡ଼ା / ମଳିପଡ଼ା ବାଙ୍ଗୁର ଶିକ୍ଷା ସଦନ ବାର୍ଷିକ କ୍ରୀଡ଼ା

ମଳିପଡ଼ା ବାଙ୍ଗୁର ଶିକ୍ଷା ସଦନ ବାର୍ଷିକ କ୍ରୀଡ଼ା

ଶରୀର ଓ ମନ ସୁସ୍ଥ ରହିବା ସହିତ ଲକ୍ଷ୍ୟସ୍ଥଳ ସାଧାନରେ କ୍ରୀଡ଼ାର ଭୂମିକା ରହିଛି
ନିରାକାରପୁର, ୦୬/୦୨/୨୦୨୦ (ଓଡ଼ିଶା ସମାଚାର)- କ୍ରୀଡ଼ା ଓ ଶିକ୍ଷା ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ । ସୁସ୍ଥ ଶରୀର ଓ ମନ ପାଇଁ କ୍ରୀଡ଼ାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀ ବିଦ୍ୟାଳୟସ୍ତରରୁ ଏକାଗ୍ରଚିତରେ ନିଜର ଲକ୍ଷ୍ୟସ୍ଥଳ ସାଧାନ କରି ଜାତୀୟ,ଅର୍ନ୍ତଜାତୀୟ ସ୍ତରରେ ନିଜର କ୍ରୀଡ଼ା ପ୍ରଦର୍ଶନ ପାଇଁ ସ୍ୱପ୍ନ ଦେଖିବା ଉଚିତ ବୋଲି ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ବାଙ୍ଗୁର ଶିକ୍ଷା ସଦନ ବାର୍ଷିକ କ୍ରୀଡ଼ା ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼. ଗୈାରହରୀ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ଡ଼େପୁଟି ଡ଼ାଇରେକ୍ଟର ସହଦେବ ଜୟସିଂହ ,ମୁଖ୍ୟବକ୍ତାଭାବେ କ୍ୟାପିଟାଲ ସ୍କୁଲ ଅଫ ଇଞ୍ଜନିୟରିଙ୍ଗର ଅଧ୍ୟକ୍ଷ ଅନିଲ ପଣ୍ଡା, ସମ୍ମାନୀତ ଅତିଥିଭାବେ ସମାଜସେବୀ ପ୍ରାଣକୃଷ୍ଣ ପାହାଡ଼ାସିଂହ, ସଭାପତି ପ୍ରକାଶ ଶ୍ରୀଚନ୍ଦନ ଓ ଶିକ୍ଷାବିତ ରଶ୍ମୀରଞ୍ଜନ ମହାରଣା ପ୍ରମୁଖ ଯୋଗଦେଇ ପାଠପଢା ସହ କ୍ରୀଡ଼ାକୁ ଗୁରୁତ୍ୱ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥିମାନେ ସ୍କୁଲ ବେଷ୍ଟ ଛାତ୍ରୀଭାବେ ମଧୁସ୍ମିତା ଜେନା, କ୍ରୀଡ଼ାରେ ବାଳକ ବିଭାଗରେ ଆଶିଷ ଜେନା ଓ ବାଳିକା ବିଭାଗରେ ରାଜଶ୍ରୀ ବୈରିଗଞ୍ଜନଙ୍କୁ ଚାମ୍ପିଆନ ଟ୍ରଫି ପ୍ରଦାନ କରିଥିବା ସହ ଅନ୍ୟ କୃତୀ ଛାତ୍ରଛାତ୍ରୀମାନଙ୍କ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରତାପ ଚମ୍ପତିରାୟ,ଶିକ୍ଷୟତ୍ରୀ ପୂରବୀ ଶ୍ରୀଚନ୍ଦନ, ସବିତାରାଣୀ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅଚିନ୍ତ୍ୟ ଚକ୍ରବର୍ତୀ,କେଶବ କୁମାର ସିଂହ,ଦାଶରଥୀ ବାରିକ ଓ ରବିନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ଅନ୍ତବାର କ୍ରିକେଟ୍ ମ୍ୟାଚ୍

ସାଲେପୁର ୨୨/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):  ସାଲେପୁର ବାର ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ଡ଼ଃ ଦେବ ମହାନ୍ତିଙ୍କ ସହଯୋଗରେ …

Leave a Reply

Your email address will not be published. Required fields are marked *