Saturday , January 25 2020
Breaking News
Home / ବିଶେଷ / ମନ୍ଦିରର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବି – ବିଧାୟକ

ମନ୍ଦିରର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବି – ବିଧାୟକ

ତାରପୁର, ୦୯/୧୨/୨୦୧୯(ଓଡ଼ିଶା ସମାଚାର)-ସିରିଡ଼ି ସାଇ ମନ୍ଦିରର ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯବ ବୋଲି ପ୍ରତିଶୃତି ଦେଇଛନ୍ତି ତିର୍ତୋଲ ବିଧାୟକ । ଆଜି ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ସିରିଡ଼ି ସାଇ ମନ୍ଦିରର ୩ୟ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି ତିର୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ । ସିରିଡ଼ିସାଇ ସେବା ପ୍ରତିଷ୍ଠାନର ମୁଖ୍ୟ ଟ୍ରଷ୍ଟି ବିଜୟ କୁମାର ପାଲଟାସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଶ୍ରୀ ଦାସ ସାଇବାବାଙ୍କର ଅଲୌକିକ କାହାଣୀ ବିଷୟରେ ଲୋକଙ୍କୁ କହିବା ଓ ନିଯେ ସାଇ ବାବାଙ୍କ କୃପାରୁ ସୁସ୍ଥ ହୋଇଥିବା କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ପୂର୍ବତନ ଜିଲାପରିଷଦ ସଭ୍ୟ ସରୋଜକାନ୍ତ ସ୍ୱାଇଁ,ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟମୀ ରାଉତ, ପୂର୍ବତନ ସମସତି ସଭ୍ୟ ତାରାକାନ୍ତ ଜେନା, ଜିଲା କୃଷକ ସଂଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା, ଦିଲିପ କୁମାର ରଥ , ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ସାଇବାବାଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିସହିତ ୩ୟ ବାର୍ଷିକ ଉତ୍ସବକୁ ସଫଳ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ଏହି ଉତ୍ସବ ଆସନ୍ତା ଜାନୁଆରୀ ୨୮ , ୨୯ ଓ ୩୦ ତିନି ଦିନ ଧରି ଚାଲିବାକୁ ଥିବାବେଳେ ୨୧ଶହ କଳସ ମହାନଦୀରୁ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିବ । ବେଦପାଠ ଘୃତଯଜ୍ଞ ସହିତ ୩୦ ହଜାରରୁ ଉଦ୍ଧ୍ୱର୍ ଭକ୍ତ , ଶ୍ରଦ୍ଧାଳୁ ଓ ଅଂଚଳବାସୀଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହେବ । ପ୍ରବଚନ ଓ ସାଂସ୍କୃତି କାର୍ଯ୍ୟକ୍ରମ ମାନ ହେବା ପାଇଁ ନିଷ୍ପତି ନିଆଯାଇଛି । ଏହାକୁ କିପରି ବ୍ୟବସ୍ଥିତ ଓ ଶୃଙ୍ଖଳିତ କରାଯିବ ସେଥିପାଇଁ ସିରିଡ଼ି ସାଇ ସେବା ପ୍ରତିଷ୍ଠାନର ସଦସ୍ୟମାନେ ।ଚଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି । ସମସଗ୍ର ଜିଲାରେ ଏହା ଏକ ବୃହତ ଅନୁଷ୍ଠାନ ହୋଇଥିବାବେଳେ ଅନୁଷ୍ଠାନ ତରଫରୁ ବିଧାୟକ ଶ୍ରୀ ଦାସ ଙ୍କୁ ଟ୍ରଷ୍ଟ ବୋର୍ଡ଼ର ସଭାପତି ଭାବେ ସର୍ବସମ୍ମତିକ୍ରମେ ଘୋଷଣା କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା ଧନ୍ୟବାଦ ଦେଇଥିବାବେଳେ କୋଷାଧ୍ୟକ୍ଷ ପାର୍ଥସଖା ପାଲଟାସିଂ, ସଭ୍ୟ ଗଙ୍ଗାଧର ଜେନା,ପ୍ରଫୁଲ ମହାପାତ୍ର ପ୍ରମୁଖ ପରିଚାଳନାରେ ଭାଗ ନେଇଥିଲେ । ବିଧାୟକଙ୍କ ଆଗମନକୁ ଦେଖି ଅଂଚଳର ବିଜେଡ଼ି କର୍ମୀମାନେ ତାରପୁର ବାଇପାସ ଠାରୁ ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ମନ୍ଦିର ତରଫରୁ ତାଙ୍କକୁ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । । ଏହି କାର୍ଯ୍ୟକ୍ରମରେ ସରପଂଚ କବିତା ନାୟକ, ପ୍ରମୋଦ କୁମାର ଜେନା, ପ୍ରଦୀପ୍ତ ମହାନ୍ତି , ପ୍ରଭୁଦତ ମହାନ୍ତି, ଶ୍ରୀନିବାସ ନାୟକ, ଜଇରାମ ପରିଜାଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *