Saturday , December 7 2019
Home / ରାଜନୀତି / ମନ୍ତ୍ରୀ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି : କଂଗ୍ରେସ

ମନ୍ତ୍ରୀ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି : କଂଗ୍ରେସ

ଭୁବନେଶ୍ୱର,୨୮/୧୧/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛି କଂଗ୍ରେସ  । ଗତ ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ “ଟୁରିଜିମ୍ ରୋଡ୍ ସୋ”ରେ ଭାଗ ନେବା ପାଇଁ ମନ୍ତ୍ରୀ ନିଜର ବ୍ୟକ୍ତିଗତ ଅତିଥି ଭାବେ ଦୁଇଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେବା ଓ ରହିବା ବନ୍ଦୋବସ୍ତ ସରକାରୀ ଖର୍ଚ୍ଚରେ କରିଛନ୍ତି । ଏହାଦ୍ୱାରା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜ ପଦବୀର ଅପବ୍ୟବହାର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ବୁଧବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ ସଂପୃକ୍ତ ଦୁଇଜଣ ମହିଳାଙ୍କ ପାଇଁ ବିମାନ ଟିକେଟ୍ ଏବଂ ହୋଟେଲରେ ରହଣି ପାଇଁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ଟୁରିଜିମ୍ ଡେଭଲପମେଂଟ କର୍ପୋରେସନ ର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ତ୍ରୀ ପାଣିଗ୍ରାହୀ ସ୍ପଷ୍ଟ କରନ୍ତୁ ଯେ ସଂପୃକ୍ତ ମହିଳାଙ୍କ କେଉଁ ଯୋଗ୍ୟତା ଓ ଅଭିଜ୍ଞତା ହାଇଦ୍ରାବାଦ ରୋଡ ସୋରେ ଓଡ଼ିଶାବାସୀଙ୍କୁ ସହାୟତା କରିଛି ବୋଲି ସତ୍ୟ ନାୟକ ପ୍ରଶ୍ନ କରିଛନ୍ତି । ସଂପୃକ୍ତ ମହିଳା ଦୁଇଜଣଙ୍କୁ ମନ୍ତ୍ରୀ ନିଜ ସହ ଅତିଥି ଭାବରେ ହାଇଦ୍ରାବାଦ ନେବା ପାଇଁ ମନ୍ତ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କଠୁ ଅନୁମତି ନେଇଛନ୍ତି ନା ନାହିଁ? ହାଇଦ୍ରାବାଦ ଠାରେ ତାଜ୍ କ୍ରିଷ୍ଣା ହୋଟେଲରେ ମନ୍ତ୍ରୀ ଏବଂ ଦୁଇଜଣ ମହିଳାଙ୍କ ରହଣିର ହୋଟେଲ ଖର୍ଚ୍ଚ କିଏ ବହନ କରିଛି, ଓଟିଡିସି ନା ଅନ୍ୟ ସଂସ୍ଥା? ଅନ୍ୟ ସଂସ୍ଥା ଠାରୁ ଅନୁଗ୍ରହ ଆଣିବାରେ ଓଟିଡିସିର ଭୂମିକାର ତଦନ୍ତ ହେଉ ବୋଲି ଶ୍ରୀ ନାୟକ ଦାବି କରିବା ସହ ଏ ଘଟଣାରେ କ’ଣ ସତ୍ୟାସତ୍ୟ ରହିଛି ମୁଖ୍ୟମନ୍ତ୍ରୀ ଅବିଳମ୍ବେ ସ୍ପଷ୍ଟିକରଣ ଦିଅନ୍ତୁ ଓ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ବୋଲି ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର ,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଐତିହାସିକ ସଂସ୍କୃତି ସମ୍ପନ୍ନ ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର …

Leave a Reply

Your email address will not be published. Required fields are marked *