Friday , October 18 2019
Breaking News
Home / ବିଶେଷ / ମଦ ବ୍ୟବସାୟୀଙ୍କ ହାଜତ ମୃତୁ୍ୟ ଘଟଣା : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ମଦ ବ୍ୟବସାୟୀଙ୍କ ହାଜତ ମୃତୁ୍ୟ ଘଟଣା : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ଲକ୍ଷ ଓ ପୁଲିସ କଲ୍ୟାଣ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା

ପଟ୍ଟାମୁଣ୍ଡାଇ, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗ୍ରାମର ମଦ ବ୍ୟବସାୟୀ ସୁଶାନ୍ତ ବେହେରାଙ୍କୁ ଚୋରା ମଦ ବିକିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ପୁଲିସ ପକ୍ଷରୁ ଥାନାକୁ ଅଣାଯାଇଥିଲା । ଥାନାରେ ପହଂଚିବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନା କୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡା ଜିଲା ହସପିଟାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ଚିକିସôା କରିବା ପରେ ଅଧିକ ଚିକିସôା ପାଇଁ କଟକ ବଡଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । କଟକରେ ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ଗୁରୁତର ଅସୁସ୍ଥ ସୁଶାନ୍ତଙ୍କୁ ଡାକ୍ତରଖାନାକୁ ନିଆଯିବାବେଳେ ତାଙ୍କ ପରିବାରକୁ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ଫଳରେ ସୁଶାନ୍ତଙ୍କ ପନôୀ ଚିନ୍ମୟୀ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ଡାକ୍ତରଖାନାରେ ସ୍ୱାମୀଙ୍କୁ ନପାଇ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ତାଙ୍କ ସ୍ୱାମୀଙ୍କୁ ପୁଲିସ ବାଡେଇ ମାରିଦେଇଥିବା ନେଇ ପଟ୍ଟାମୁଣ୍ଡାଇ ଏସଡିପିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ । କଟକ ବଡଡାକ୍ତରଖାନାରେ ସୁଶାନ୍ତଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ଅରଡପଲ୍ଲୀ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଅରଡପଲ୍ଲୀ ଗ୍ରାମର ଶତାଧିକ ଲୋକ ସୁଶାନ୍ତଙ୍କ ମୃତୁ୍ୟର ଉପଯୁକ୍ତ ତଦନ୍ତ ଓ ତାଙ୍କ ପରିବାରକୁ ନ୍ୟାୟ ଦାବି କରି ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଥିଲେ । ଖବର ପାଇ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା, ଏସପି ନୀତିଶେଖର, ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ପଟ୍ଟାମୁଣ୍ଡାଇ ଥାନାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସୁଶାନ୍ତଙ୍କ ମୃତୁ୍ୟର ଉପଯୁକ୍ତ ତଦନ୍ତ କରାଯିବ ଓ ଶୋକସନ୍ତପ୍ତ ପରିବାରକୁ ପୁଲିସ କଲ୍ୟାଣ ପାଣ୍ଠିରୁ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବିରୋଧୀଦଳ ପକ୍ଷରୁ ମୃତ ସୁଶାନ୍ତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଏହି ଘଟଣାରେ ରାଜନଗର ବିଧାୟକ ଧ୍ରୁବ ସାହୁ ଗଭୀର ଉଦବେଗ ପ୍ରକାଶ କରିବା ସହିତ ମୃତ ସୁଶାନ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ନୂଆଦଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘଟଣାରେ ଆଇନ ତା ବାଟରେ ଯିବ ବୋଲି ପ୍ରକାଶ କରିବା ସହିତ ମୃତ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏଥି ପାଇଁ ରାଜନଗର ବିଧାୟକ ଶ୍ରୀସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କଟକ ବଡ ଡାକ୍ତରଖାନାରେ ସୁଶାନ୍ତଙ୍କ ଶବ ବ୍ୟବଛେଦ କରାଯାଇଛି ।
ଶବ ବ୍ୟବଛେଦ ପରେ ପୁରୀ ସ୍ୱର୍ଗଦ୍ୱାରରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସୁଶାନ୍ତଙ୍କ ମୃତୁ୍ୟକୁ ନେଇ ପଟ୍ଟାମୁଣ୍ଡାଇରେ ନାନା ଚର୍ଚ୍ଚା ଚାଲିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର …

Leave a Reply

Your email address will not be published. Required fields are marked *