Tuesday , August 20 2019
Breaking News
Home / ତାଜା ଖବର / ମଦ ପାଇଁ ଟଙ୍କା ନଦେବାରୁ ମାଆକୁ ହାଣିଲା ପୁଅ

ମଦ ପାଇଁ ଟଙ୍କା ନଦେବାରୁ ମାଆକୁ ହାଣିଲା ପୁଅ

  ଆଠଗଡ଼, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଆଠଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଖଡ଼ି ଗ୍ରାମପଂଚାୟତର ଗୋପୀନାଥପଡ଼ା ଗ୍ରାମରେ ରବିବାର ମଧ୍ୟରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋପୀନାଥପଡ଼ାର ପ୍ରକାଶ ପ୍ରଧାନ ନିଜ ଭାଇର ବାହାଘର ଭୋଜି ଚାଲିଥିବା ବେଳେ ତାଙ୍କ ମାଆ ସାବି ପ୍ରଧାନକୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା  । ଟଙ୍କା ନ ଦେବାରୁ ପୁଅ ପ୍ରକାଶ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପୁଅର ଟାଙ୍ଗିଆ ଚୋଟରେ ପ୍ରଥମେ ମାଆର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ମାଆକୁ ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ଼ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଥାଉ କି, ପ୍ରକାଶ ୭ବର୍ଷ ପୂର୍ବେ ଜଣକୁ ଜୀବନରେ ମାରିଦେଇଥିବା ଅଭିଯୋଗ ହୋଇଛି । ଏଥିସହିତ ସେହି ଗ୍ରାମର ଆଉଜଣକୁ ୩ବର୍ଷ ପୂର୍ବେ ଜୀବନରେ ମାରିଦେବା ସହିତ କଖଡ଼ି ଗ୍ରାମର ଜଣକୁ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲା । ଖବର ପାଇ ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ସାଇଂଟିଫିକ୍ ଟିମ୍ ସହ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ କେସ୍ ନଂ.୨୧୮/୧୯ରେ ମାମଲା ରୁଜୁ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଲଟୋ କାର ମୋଟର ସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଜଣେ ଗୁରୁତର

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ଏକ ଅଲଟୋ କାର୍ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା …

Leave a Reply

Your email address will not be published. Required fields are marked *