Friday , October 18 2019
Breaking News
Home / କୃଷି / ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଅନ୍ ଲାଇନ ରେ ଆବେଦନ ସମୟସୀମା ବୃଦ୍ଧି ପାଇଁ ଦାବି

ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଅନ୍ ଲାଇନ ରେ ଆବେଦନ ସମୟସୀମା ବୃଦ୍ଧି ପାଇଁ ଦାବି

ଗରଦପୁର,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷ ବହୁ ବିଳମ୍ବରେ ବର୍ଷା ହେବାରୁ ପାଟକୁରା ଅଂଚଳରେ ବିଳମ୍ବରେ ଚାଷ କାର୍ଯ୍ୟ ଶେଷ ହୋଇଛି । ଚାଷୀମାନେ ନିଜ ଜିମକୁ କିପରି ଭାବରେ ଚାଷ କାର୍ଯ୍ୟ ଶେଷ କରିବେ ସେଥି ନେଇ ବ୍ୟସ୍ତ ରହୁଥିବାବେଳେ,ସରକାର ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ନାମ ପଞ୍ଜିକରଣ କରିବା ପାଇଁ ଚଳିତ ମାସର  ୨୨ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରିଛନ୍ତି  । ତେଣୁ ଏତେ କମ୍ ସମୟ ମଧ୍ୟରେ ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ କରିବା ସମ୍ଭବ ହେବ ନାହିଁ ବୋଲି କେତେକ ଚାଷୀ ମତବ୍ୟକ୍ତ କରିଛନ୍ତି । ପ୍ରାଥମିକ ଭାବରେ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ବ୍ୟସ୍ତ ରହୁଥିବାବେଳେ,ପଞ୍ଜିକରଣ ପାଇଁ ପ୍ରାଥମିକ କୃଷି ସମବାୟ ସମିତିକୁ ଆବଶ୍ୟକ ଜମି କାଗଜପତ୍ର ନେଇ ଯାଇ ପାରୁ ନାହାଁନ୍ତି । ଯାହା ଦ୍ୱାରା ଚାଷୀମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଧାନ ବିକ୍ରୀ କରିବା ପାଇଁ ଆବେଦନ କରି ନାମ ପଞ୍ଜିକରଣ କରିବା ସମ୍ଭବ ହେଉନାହିଁ । ଅପରପକ୍ଷରେ ମଣ୍ଡିରେ ଜମିର କାଗଜପତ୍ର ଦାଖଲ କଲେ ନିଜର ରାସନ କାର୍ଡ କଟିଯିବା ଭୟରେ ମଧ୍ୟ ଅନେକ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଆବେଦନ କରି ପାରୁ ନାହାଁନ୍ତି ବୋଲି ବେଡାରୀ ସେବା ସମବାୟ ସମିତିର ସଭାପତି ଚିରଞ୍ଜନ ଚୌଧୁରୀ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ବେଡାରୀ ସେବା ସମବାୟ ସମିତି ଅଧିନରେ ବେଡାରୀ ଓ ପଦ୍ମପୁର ପଂଚାୟତ ସହିତ ପାଟକୁରା ପଂଚାୟତର ଦୁଇ ଗୋଟି ଗ୍ରାମ ରହିଛି । ଏହି ସବୁ ଗ୍ରାମ ଗୁଡିକରୁ  ବେଡାରୀ ସେବା ସମବାୟ ସମିତିରେ ମୋଟ୧୨୬୫ ଜଣ ଚାଷୀ ସଦସ୍ୟ ରହିଥିବା ବେଳେ,ସେଥି ମଧ୍ୟରୁ ଚଳିତ ବର୍ଷ ଖରିଫ ଧାନ ଚାଷ ପାଇଁ ମୋଟ ୮୫୮ ଜଣ ଚାଷୀ ସମିତିରେ କାରବାର କରିଛନ୍ତି । ଏହି ସମିତିରେ ଏତେ ସଂଖ୍ୟକ ଚାଷୀମାନେ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ମାତ୍ର ୧୦୪ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଆବେଦନ କରି ନାମ ପଞ୍ଜିକରଣ କରିଥିବାର ସମ୍ପାଦକ ସୂଚନା ଦେଇଛନ୍ତି । ତେଣୁ ଚାଷୀମାନଙ୍କର ମଣ୍ଡିରେ ଧାନ ବିକ୍ରୀ କରିବାପାଇଁ ଅନ୍ ଲାଇନରେ ଆବେଦନ କଲେ ମିଳିଥିବା ରାଶନ୍ କାର୍ଡ କଟି ଯିବାର ଭୟକୁ ପ୍ରଶାସନ ଦୂର କରିବା ସହିତ ଅନ୍ ଲାଇନ୍ ଆବେଦନ ପାଇଁ ସମୟସୀମାକୁ ବୃଦ୍ଧି କରିବାକୁ ବେଡାରୀ ସେବା ସମବାୟ ସମିତିର ସଭାପତି ଚିତରଞ୍ଜନ ଚୌଧୁରୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ପ୍ରକାଶ ଯେ,ଏହି ମଣ୍ଡିରେ ଗତ ବର୍ଷ ୧୪୪ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ଅନଲାଇନରେ  ନାମ ପଞ୍ଜିକରଣ କରିଥିବା ସମବାୟ ସମିତି ସୂତ୍ରରୁ ଜଣାଯାଇଛି  । ଓଡ଼ିଶା ସମାଚାର

About admin

Check Also

ଜୈବିକ ଓ ସମନ୍ୱିତ କୃଷି ପ୍ରଶିକ୍ଷଣ ଶିବିର

ସାଲେପୁର , ୧୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ପତଞ୍ଜଳି ବାୟୋ ରିସର୍ଚ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ରାଜ୍ୟ ସ୍ତରୀୟ ଜୈବିକ …

Leave a Reply

Your email address will not be published. Required fields are marked *