Monday , February 24 2020
Breaking News
Home / କୃଷି / ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଅବଧି ଶେଷ ହେଲା,ଅନେକ ଚାଷୀ ପଞ୍ଜିକୃତ ହୋଇ ନାହାଁନ୍ତି

ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଅବଧି ଶେଷ ହେଲା,ଅନେକ ଚାଷୀ ପଞ୍ଜିକୃତ ହୋଇ ନାହାଁନ୍ତି

ମଣ୍ଡିରେ ଧାନ ଦେଲେ ରାଶନ୍ କାର୍ଡ କଟିଯିବ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହେବା ଆଶଙ୍କାରେ ଅଧିକାଂଶ ଚାଷୀ ନାମ ପଞ୍ଜିକୃତ କରି ନାହାଁନ୍ତି
ପାଟକୁରା, ୨୮/୦୯/୨୦୧୯ (ଓଡ଼ିଶା ସମାଚାର)- ଚଳିତ ଖରିଫ ଋତୁରେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାଷୀମାନଙ୍କ ନାମ ପଞ୍ଜିକରଣ ଅବଧି ଶେଷ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ନାମ ପଞ୍ଜିକରଣ ସଂଖ୍ୟା କମିଯାଇଥିବାର ଜଣାଯାଇଛି । ଚଳିତ ବର୍ଷ ନିର୍ଦ୍ଧେଶ ଅନୂଯାୟୀ କେବଳ ଚାଷ ଜମିର ପଞ୍ଜିକୃତ କରାଯିବା ସହିତ ଆଧାର ଓ ରାଶନ୍ କାର୍ଡର ତଥ୍ୟ ମଧ୍ୟ ସଂଯୋଗ କରାଯାଇଛି । ମଣ୍ଡିରେ ଧାନ ଦେଲେ ରାଶନ୍ କାର୍ଡ କଟିଯିବ ଏବଂ ସେମାନେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହେବା ଆଶଙ୍କାରେ ଅଧିକାଂଶ ଚାଷୀମାନେ ନାମ ପଞ୍ଜିକୃତ କରି ନାହାଁନ୍ତି । ପୂର୍ବ ବର୍ଷ ମଣ୍ଡିରେ ଯେଉଁ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ନିଜର ନାମ ପଞ୍ଜିକୃତ କରିଥିଲେ ସେମାନଙ୍କ ମଧ୍ୟରୁ କେତେକାଂଶ ଚାଷୀ ଚଳିତ ବର୍ଷ ମଣ୍ଡିରେ ନାମ ପଞ୍ଜିକୃତ କରି ନାହାଁନ୍ତି । ଯେଉଁ ସବୁ ଚାଷୀମାନେ ପୂର୍ବରୁ ମଣ୍ଡିରେ ଧାନ ବିକ୍ରୟ କରି ଆସୁଥିଲେ ,ସେହି ସବୁ ଚାଷୀାମନେ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକୃତ କାହିଁକି କରି ନାହାଁନ୍ତି ତାହା ତଦନ୍ତ କଲେ ବାସ୍ତବ ତଥ୍ୟ ଜଣାପଡିବ । ଅନେକ ଚାଷୀ ନୂତନ ଭାବରେ ନାମ ପଞ୍ଜିକରଣ କରିଛନ୍ତି । ଚଳିତ ବର୍ଷ ମଣ୍ଡିମାନଙ୍କରେ ଖରିଫ ଧାନ କ୍ରୟ ବହୁପରିମାଣରେ କମିଯିବାର ଆଶଙ୍କା ଦେଖାଯାଇଛି । ମଣ୍ଡିରେ ନାମ ପଞ୍ଜିକରଣ ସମୟରେ ରାଶନକାର୍ଡ ତଥ୍ୟ ପ୍ରଦାନ ମୁଖ୍ୟ କାରଣ ବୋଲି ସେବା ସମବାୟ ସମ୍ପାଦକମାନେ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବହୁ ବିଳମ୍ବରେ ବର୍ଷା ହେବାରୁ ପାଟକୁରା ଅଂଚଳରେ ବିଳମ୍ବରେ ଚାଷ କାର୍ଯ୍ୟ ଶେଷ ହୋଇଛି । ଚାଷୀମାନେ ନିଜ ଜିମକୁ କିପରି ଭାବରେ ଚାଷ କାର୍ଯ୍ୟ ଶେଷ କରିବେ ସେଥି ନେଇ ବ୍ୟସ୍ତ ରହିଥିବାବେଳେ,ସରକାର ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ନାମ ପଞ୍ଜିକରଣ କରିବା ପାଇଁ ସମବାୟ ସମିତିଗୁଡିକୁ ନିର୍ଦ୍ଧେଶ ଦେଇଥିଲେ । ତେଣୁ କମ୍ ସମୟ ମଧ୍ୟରେ ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ କରିବା ସମ୍ଭବ ହେବ ନାହିଁ ବୋଲି କେତେକ ଚାଷୀ ମତବ୍ୟକ୍ତ କରିଛନ୍ତି । ପ୍ରାଥମିକ ଭାବରେ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ବ୍ୟସ୍ତ ରହୁଥିବା ବେଳେ,ପଞ୍ଜିକରଣ ପାଇଁ ପ୍ରାଥମିକ କୃଷି ସେବା ସମବାୟ ସମିତିଗୁଡିକୁ ଆବଶ୍ୟକ ଜମି କାଗଜପତ୍ର ନେଇ ଯାଇ ପାରି ନଥିଲେ । ଯାହା ଦ୍ୱାରା ଚାଷୀମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଧାନ ବିକ୍ରୀ କରିବା ପାଇଁ ଆବେଦନ କରି ନାମ ପଞ୍ଜିକରଣ କରିବା ସମ୍ଭବ ହୋଇପାରିନାହିଁ । ଅପରପକ୍ଷରେ ମଣ୍ଡିରେ ଜମିର କାଗଜପତ୍ର ଦାଖଲ କଲେ ନିଜର ରାସନ କାର୍ଡ କଟି ଯିବା ଭୟରେ ମଧ୍ୟ ଅନେକ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଆବେଦନ କରି ପାରି ନାହାଁନ୍ତି ବୋଲି ବେଡାରୀ ସେବା ସମବାୟ ସମିତିର ସଭାପତି ଚିରଞ୍ଜନ ଚୌଧୁରୀ ପ୍ରକାଶ କରିଛନ୍ତି । ପ୍ରକାଶ ଯେ,ବେଡାରୀ ସେବା ସମବାୟ ସମିତି ଅଧିନରେ ବେଡାରୀ ଓ ପଦ୍ମପୁର ପଂଚାୟତ ସହିତ ପାଟକୁରା ପଂଚାୟତର ଦୁଇ ଗୋଟି ଗ୍ରାମ ରହିଛି । ଏହି ସବୁ ଗ୍ରାମଗୁଡିକରୁ ବେଡାରୀ ସେବା ସମବାୟ ସମିତିରେ ମୋଟ୧୨୬୫ ଜଣ ଚାଷୀ ସଦସ୍ୟ ରହିଥିବା ବେଳେ,ସେଥି ମଧ୍ୟରୁ ଚଳିତ ବର୍ଷ ଖରିଫ ଧାନ ଚାଷ ପାଇଁ ମୋଟ ୮୫୮ ଜଣ ଚାଷୀ ସମିତିରେ କାରବାର କରିଛନ୍ତି । ଏହି ସମିତିରେ ଏତେ ସଂଖ୍ୟକ ଚାଷୀମାନେ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ମାତ୍ର ୧୨୧ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଆବେଦନ କରି ନାମ ପଞ୍ଜିକରଣ କରିଥିବାର ସମ୍ପାଦକ ସୂଚନା ଦେଇଛନ୍ତି । ପ୍ରକାଶ ଯେ,ଏହି ମଣ୍ଡିରେ ଗତ ବର୍ଷ ୧୪୪ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ଅନ୍ ଲାଇନରେ ନାମ ପଞ୍ଜିକରଣ କରିଥିବା ସମବାୟ ସମିତି ସୂତ୍ରରୁ ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ

ବାରିପଦା, ୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ସରାକରଙ୍କ କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗଯୋଜନା କାର୍ଯ୍ୟକ୍ରମରେ ଯୋଗ୍ୟ ହୀତାଧିକାରୀ ଚାଷି …

Leave a Reply

Your email address will not be published. Required fields are marked *