Tuesday , July 16 2019
Home / କୃଷି / ମଣ୍ଡିରେ ଧାନ ବିକ୍ରି ନହେବାରୁ ଚାଷୀଙ୍କ ରାସ୍ତାରୋକ

ମଣ୍ଡିରେ ଧାନ ବିକ୍ରି ନହେବାରୁ ଚାଷୀଙ୍କ ରାସ୍ତାରୋକ

ଜୟପାଟଣା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର /ସଂଜୟ ସିଂ)-  କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଅନ୍ତର୍ଗତ ଦାସୀଗାଁ ଅଧିନରେ ଥିବା କେନ୍ଦୁଗୁଡା ମଣ୍ଡିରେ ୭୨ ଜଣ ଚାଷୀଙ୍କ ପ୍ରାୟ୫୪୩୧କୁଇଂଟାଲ ଓ ଚାରବାହାଲମଣ୍ଡିରେ ୪୩ ଚାଷୀଙ୍କ ୩୦୩୩ କୁଇଂଟାଲ ଧାନ ପଡିରହିଛି । କଭରସେଡ ନଥିବା ଯୋଗୁଁ ଖୋଲା ଆକାଶ ତଲେ ପଡିରହି ଧାନ ସବୁ ଗଜାହୋଇ ଗଛ ବାହାରିଲାଣି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏପଟେ ଚାଷୀମାନେ ଧାନ ବିକ୍ରିକରି ରବିଚାଷ ପାଇଁ ବିହନ କିଣିଲେଣି କିନ୍ତୁ ଏଠି ଅମଳ କରିଥିବା ଧାନ ବିକ୍ରି ହୋଇ ପାରୁନାହିଁ । ଏ ନେଇ ଅନେକ ଚାଷୀ ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇଲେନି । ଆଜି ଜାତୀୟ ରାଜପଥ ୨୬ କୁଚାରବାହାଲଗ୍ରାମଠାରେ ଅବରୋଧ କରିଥିଲେ । ଯାହା ଫାଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ପ୍ରାୟ ୭ ଘଂଟା ପରେ ଧର୍ମଗଡ ଉପ ଜିଲ୍ଲାପାଳ ପଦ୍ମନାଭ ବେହେରା, ଏସି ଏସ ଓ ପ୍ରଫୁଲ୍ଲ କୁମାର ଦାସ, ଏସଡି ପି ଓ ଲକ୍ଷ୍ମୀ ନାରାୟଣ ପଣ୍ଡା ପହଂଚି ଚାଷୀମାନଙ୍କ ସହ ଆଲୋଚନାକରି ଦୁଇ ଦିନ ଭିତରେ ସମସ୍ତ ଧାନ ବିକ୍ରିକରାଯିବବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଲା । ଓଡ଼ିଶା ସମାଚାର

About admin

Check Also

୩ ଚେନ୍ ଲୁଟେରା ଗିରଫ, ୭ ସୁନାଚେନ୍ ଜବତ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ଚାଉଳିଆଗଞ୍ଜ ପୁଲିସ ଏକ ସୁନାଚେନ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି …

Leave a Reply

Your email address will not be published. Required fields are marked *