Thursday , September 19 2019
Breaking News
Home / ବିଶେଷ / ମଠ ମନ୍ଦିରମାନଙ୍କରେ ଗହ୍ମା ଝୁଲଣ ପର୍ବ  

ମଠ ମନ୍ଦିରମାନଙ୍କରେ ଗହ୍ମା ଝୁଲଣ ପର୍ବ  

ଗରଦପୁର, ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ ଥିବା ବିଭିନ୍ନ ମଠ ଓ ମନ୍ଦିରମାନଙ୍କରେ ପାରମ୍ପାରରିକ ଭାବରେ ଗହ୍ମା ଝୁଲଣ ଉତ୍ସବ ପାଳିତ ହେଉଛି । ଏହି ଅବସରରେ ପାଟକୁରା ଠାରେ ଥିବା ଶ୍ରୀ ଶ୍ରୀ କହ୍ନେଇଲାଲଜୀଉଙ୍କ ମଠରେ ଆଜି ଠାରୁ ଗହ୍ମା ଝୁଲଣ ଉତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଶ୍ରୀ କହ୍ନେଇଲାଲଜୀଉ,ଶ୍ରୀ ରାଧିକା ଓ ଜୁତିକାଙ୍କୁ ସୁ-ସଜ୍ଜିତ ବେଶରେ ସଜ୍ନଜିତ କରାଯାଇ ଝୁଲଣ ମଣ୍ଡପକୁ ନିଆଯାଇଥିଲା । ଶ୍ରୀ ବିଗ୍ରହମାନଙ୍କୁ ଝୁଲଣରେ ବସାଯିବା ପରେ  ଉପସ୍ଥିତ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଝୁଲଣ କରିଥିଲେ । ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଶ୍ରଦ୍ଧାଳୁମାନେ ସନ୍ଧ୍ୟା ସମୟରେ ଭଜନ ଓ କିର୍ତନ ପରିବେଷଣ କରିବା ସହିତ ରାଧାକୃର୍ଷ୍ଣଙ୍କ ଉପରେ ଆଧାରିତ ଛନ୍ଦ ଓ ଚମ୍ପୁ ପଢିଥିଲେ । ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଏହି ଉତ୍ସବରେ ଯୋଗ ଦେଇଥିବା ବେଳେ, ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଆସନ୍ତା ପୂର୍ଣ୍ଣମୀ ଦିନ ଉଦଯାପିତ କରାଯିବ ବୋଲି ଜଣାଯାଇଛି । ସେହିପରି  ଦଶମୌଜିସ୍ଥିତ ଆଶ୍ରମବାଲିକୁଦା ଠାରେ ଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ  ଗତ ଦୁଇ ଦିନ ହେଲା ଗହ୍ମା ଝୁଲଣ ପର୍ବ ଆରମ୍ଭ ହୋଇଛି । ଆଶ୍ରମ ପରିସରରେ ଥିବା ଝୁଲଣ ମଣ୍ଡପରେ ଶ୍ରୀରାଧା,ଶ୍ରୀ କୃଷ୍ଣ ଓ ସଖିମାନଙ୍କୁ ଙ୍କୁ ସୁ-ସଜ୍ଜିତ କରାଯାଇ ପାରମ୍ପାରିକ ଭାବରେ ଝୁଲଣ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ଉପସ୍ଥିତ ଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଝୁଲର କରିବା ସହିତ ସଂକିତ୍ତନ ମଣ୍ଡଳୀ ଓ ବିଶିଶ୍ଟ ଗାୟକମାନଙ୍କ ଦ୍ୱାରା ଚମ୍ପୁ,ଛାନ୍ଦ ଆଦି ପରିବେଶଣ କରାଯାଇଥିଲା । ଆଶ୍ରମର ମହନ୍ତ ପରମାନନ୍ଦ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଝୁଲଣ ପର୍ବ ପାଂଚ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆସନ୍ତା ପୂର୍ଣ୍ଣମୀ ଦିନ ଉଦଯାପିତ କରାଯିବାର ଆଶ୍ରମ ପକ୍ଷରୁ ଜଣାଯାଇଛି । ପ୍ରତ୍ୟହ ସନ୍ଧ୍ୟାରେ ଏଠାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଠାକୁରଙ୍କୁ ଝୁଲଣ କରିବା ସହିତ ଭଜନ ଓ କିର୍ତ୍ତନରେ ଭାଗ ନେଉଥିବାର ଦେଖାଯାଇଛି । ସେହିପରି ଜୟତଳଙ୍ଗ ରାଧାମାଧବ ଜୀଉ  ଓ ମାଳ ମଠରେ ଗତକାଲି ଠାରୁ ପାରମ୍ପାରିକ ରିତିନୀତିରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି । ପ୍ରତି ସନ୍ଧ୍ୟାରେ ଶ୍ରଦ୍ଧାଳକୁ ମାନଙ୍କ ଦ୍ୱାରା ଭଜନ କୀର୍ତନ ହେଉଛି ।  ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *