Saturday , January 25 2020
Breaking News
Home / ବିଶେଷ / “ଭୁଲରେ ଚାଲାଣ କଟା ଯାଇଥିଲେ ଫେରସ୍ତ ମିଳିବ ଟଙ୍କା’

“ଭୁଲରେ ଚାଲାଣ କଟା ଯାଇଥିଲେ ଫେରସ୍ତ ମିଳିବ ଟଙ୍କା’

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇଧରୁଛି ପୁଲିସ୍ ।  ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜୋରିମାନା । ପ୍ରଥମେ ପ୍ରଥମେ ଏଥିନିମନ୍ତେ ପୁଲିସ୍ ଓ ନିୟମ ଉଲ୍ଲଘଂନକାରୀ ମୁହାଁମୁହିଁ ହେଉଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା । ଏହାପରେ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା । ହେଲେ ଏଥିରେ ବି ତ୍ରୁଟି ରହୁଥିବା ଅଭିଯୋଗ ଆସୁଛି । କାର୍ ଚାଳକଙ୍କ ନିକଟକୁ ହେଲମେଟ୍ ପିନ୍ଧି ନ ଥିବା ଅଭିଯୋଗରେ ଚାଲାଣ ଆସୁଥିବା ବେଳେ, କଟକରେ ଥିବା ଗାଡ଼ି ଚାଳକଙ୍କନିକଟକୁ ଭୁବନେଶ୍ୱରରୁ ଆସୁଛି ଚାଲାଣ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ମୁହଁ ଖୋଲିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଗାଡ଼ି ଚାଲାଣ ବେଳେ ନିୟମ ଭଙ୍ଗ କରୁଥିବେ, ଧରାପଡ଼ିଲେ ଜୋରିମାନା ନ ଦେଇ ପଳାଉଥିବେ, ତେବେ ଭିଡିଓ ଫୁଟେଜରୁ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଘରକୁ ଚାଲାଣ ପଠାଯାଉଛି । ଭୁଲେ ରେ ଚାଲାଣ ଯାଉଥିବା ପ୍ରସଙ୍ଗରେ ଏପରି କିପରି ହୋଇପାରିବ ବୋଲି କହିବା ସହ ମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ମୁଖ୍ୟତଃ ଯଦି ନମ୍ବର ପ୍ଲେଟ ଭୁଲ୍ ଭାବେ ଲେଖା ହୋଇଥିବ, ତାହା ଆଧାରରେ ଅନ୍ୟ ସବୁ ତଥ୍ୟ ବାହାର କରାଯାଇ ଚାଲାଣ ପଠାଯିବ । ଯଦି ଭୁଲେରେ ଚାଲାଣ କଟା ଯାଇଥିବ, ତେବେ ନିହାତି ଭାବେ ଟଙ୍କା ଫେରସ୍ତ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *