Tuesday , February 25 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ଭୁବନ ର ସମସ୍ତ ଏଟିଏମ ଅଚଳ , ଗ୍ରାହକ ହନ୍ତସନ୍ତ

ଭୁବନ ର ସମସ୍ତ ଏଟିଏମ ଅଚଳ , ଗ୍ରାହକ ହନ୍ତସନ୍ତ

ଭୁବନ ୦୪/୦୨/୨୦୨୦ (ଓଡ଼ିଶା ସମାଚାର)-ଭୁବନ ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ, କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଢେଙ୍କାନାଳ ଗ୍ର‌୍ୟାମ୍ୟ ବ୍ୟାଙ୍କ ର ଏଟିଏମ ଗୁଡିକ ଏକାବେଳକେ ଅଚଳ ହୋଇପଡିଥିବାରୁ ଗ୍ରାହକ ମାନେ ହିନସ୍ତା ହେଉଛନ୍ତି । ଗତ ଜାନୁଆରୀ ୩୦ ତାରିଖ ଗୁରୁବାର ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ୩୧ ତାରିଖ ଶୁକ୍ରବାର ଓ ଫେବୃଆରୀ ୧ ତାରିଖ ଶନିବାର ବ୍ୟାଙ୍କ ଧର୍ମଘଟ ଏବଂ ରବିବାରକୁ ମିଶାଇ ସମୁଦାୟ ୪ ଦିନ ବ୍ୟାଙ୍କ ବନ୍ଦ ରହିଥିଲା । ୨୯ ତାରିଖ ବୁଧବାର ବ୍ୟାଙ୍କ ତରଫରୁ ଯେତିକି ପଇସା ଏଟିଏମରେ ରଖାଯାଇଥିଲା ତାହା ୩୦ ତାରିଖ ସରସ୍ୱତୀ ପୂଜା ଦିନ ଶେଷ ହୋଇଯାଇଥିଲା । ସୋମବାର ୩ ତାରିଖ ଓ ଆଜି ୪ ତାରିଖ ମଙ୍ଗଳବାର ଯଦିଓ ବ୍ୟାଙ୍କ ଖୋଲାଥିଲା ତେବେ କୌଣସି କାରଣରୁ ହେଉ କିମ୍ବା ଅଦୃଶ୍ୟ ଶକ୍ତି ଚାପରେ କୌଣସି ଏଟିଏମ ସଚଳ ହୋଇନଥିଲା । ଉପରୋକ୍ତ ସମସ୍ତ ବ୍ୟାଙ୍କର ଏଟିଏମ ଏକାବେଳକେ ଆଉଟ ଅଫ ସର୍ଭିସ (ଅଚଳ) ହୋଇପଡିଥିଲା । ଫଳରେ ଗ୍ରାହକ ଙ୍କ ରୋଷ ବଢିଥିଲା । ଏ ସଂପର୍କରେ କୌଣସି ବ୍ୟାଙ୍କ କର୍ତୃପକ୍ଷ ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଲଗାତର ସପ୍ତାହେ ହେଲା ଏଟିଏମ ଅଚଳ ହୋଇଥିବାରୁ ବାହାଘର ସିଜିନ ପାଇଁ କିଣାକିଣି କରିବାକୁ ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ବିଶେଷ ଭାବେ ହଇରାଣ ହରକତ ହୋଇଥିଲେ । ତେବେ କେଉଁ କାରଣରୁ ଏକାବେଳକେ ସବୁ ଏଟିଏମ ଅଚଳ ହେଲା ତାହା ବୁଝା ପଡୁନାହିଁ । ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଜନସାଧାରଣରେ ଦୃଢ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ତିନି ଦିବ୍ୟାଙ୍ଗଙ୍କୁ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ରାୟଗଡ, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ରାୟଗଡଜିଲ୍ଲାର ଥେରୁବାଲି ସ୍ଥିତ ଇାମ୍‌ଫା ୍‌କାରଖାନା ଦ୍ୱାରା ପରିଚାଳିତ ସାମାଜିକ ପ୍ରତିବଦ୍ଧାତା କାର୍ଯ୍ୟକ୍ରମ ବଂଶୀଧର ଇଲା …

Leave a Reply

Your email address will not be published. Required fields are marked *