Friday , February 28 2020
Breaking News
Home / ବିଶେଷ / ଭୁବନ ରେ ଜିଲ୍ଲାପାଳ ଙ୍କ  ମିଳିତ ଜନଶୁଣାଣି , ୧୨୯ ଅଭିଯୋଗରୁ ୯୮ ଟି ସମାଧାନ 

ଭୁବନ ରେ ଜିଲ୍ଲାପାଳ ଙ୍କ  ମିଳିତ ଜନଶୁଣାଣି , ୧୨୯ ଅଭିଯୋଗରୁ ୯୮ ଟି ସମାଧାନ 

 öଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ ଏନଏସି ସ୍ଥିତ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ଆଜି ଜିଲ୍ଲାପାଳ ଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ୧୨୯  ଟି  ସମସ୍ୟା ବିଷୟରେ ଅଭିଯୋଗ କୁ ଜିଲ୍ଲାପାଳ ଶୁଣିଥିଲେ । ୧୨୯ ଟି ଅଭିଯୋଗ ମଧ୍ୟରୁ ୧୨୬ ଟି ବ୍ୟକ୍ତିଗତ ଯଥା-ବାର୍ଦ୍ଧକ୍ୟ ଭତା,ବିଧବା ଭତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ରାସନକାର୍ଡ,ରେଡକ୍ରସ ସହାୟତା ଇତ୍ୟାଦି ଓ ୩ ଟି ଗ୍ରାମ୍ୟ ସମସ୍ୟା ସଂପର୍କରେ ଅଭିଯୋଗ ଦାଖଲ ହୋଇଥିଲା ।  ସେଥିମଧ୍ୟରୁ ୯୮ ଟି ଅଭିଯୋଗର ଫଏସଲା ହୋଇଥିଲା । ରେଡକ୍ରସ ଯୋଜନାରେ ୧୦ ଜଣଙ୍କୁ ୨୦୦୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ  ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । । ମିଳିତ ଜନ ଶୁଣାଣୀରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଙ୍କ ସମେତ ,ଆରକ୍ଷୀ ଅଧରକ୍ଷକ ଅନୁପମା ଜେମ୍‌ସ, ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ  , ପିଡି ଡିଆଡିଏ ନରୋୟମ ବେହେରା,ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ନିରଂଜନ ମିଶ୍ର , ତହସିଲଦାର ଶକ୍ତକାନ୍ତ ରାୟ,ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ,ଭୁବନ ଥାନା ଆଇଆଇସି ନିର୍ମଳା ଗୋଚ୍ଛାୟତ, ଏସଡିପିଓ ସୁପ୍ରସନ୍ନ ମଲ୍ଲିକ , ଡିଡବ୍ଲ୍ୟୁଓ ମାନସ ରଂଜନ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ମିଶ୍ର , ପିଜି ସେଲ ଅଫିସର ଲଳିତ ମାଧବ ଚୈଧୁରୀ  ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *