Monday , December 9 2019
Home / ପର୍ଯ୍ୟଟନ ଓ ସଂସ୍କୃତି / ଭୁବନ: ବ୍ରାହ୍ମଣୀ ନଦୀରେ ୨୦ ହଜାର ଶ୍ରଦ୍ଧାଳୁ କାର୍ତିକ ବୁଡ ପକାଇଲେ

ଭୁବନ: ବ୍ରାହ୍ମଣୀ ନଦୀରେ ୨୦ ହଜାର ଶ୍ରଦ୍ଧାଳୁ କାର୍ତିକ ବୁଡ ପକାଇଲେ

ବୁଦେ୍ଧଶ୍ୱର ପୀଠରେ ଧୁମଧାମ୍ ରେ ବାଲିଯାତ୍ରା ପାଳିତ,୩୦ ହଜାର ରୁ ଉଦ୍ଧ୍ୱର୍ ଜନସମାଗମ

ଭୁବନ,୧୨/୧୧/୨୦୧୯(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦେ୍ଧଶ୍ୱରଙ୍କ ପବିତ୍ର ପୀଠରେପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୨୦ ହଜାର ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ପାହାନ୍ତା ପ୍ରହରରେ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ ପକାଇ ଡଙ୍ଗାଭସାଇ ପ୍ରାତଃ ସମୟରେ ଆରାଧ୍ୟଦେବତା ବାବା ବୁଦେ୍ଧଶ୍ୱରଙ୍କୁ ଦର୍ଶନକରି କୋଟିଜନ୍ମର ପୂଣ୍ୟ ଲାଭ କରିଥିଲେ । ମାସକ ଯାକ ହବିଷ କାର୍ଯ୍ୟ କରୁଥିବା ହବିଷାଳୀ ରାଧାଗୋବିନ୍ଦଙ୍କ ପୂଜା  ବଭିନ୍ନ ଢଙ୍ଗରେ କରି ବ୍ରତ ସମାପନ କରିଥିଲେ  ।   ବଡିଭୋରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ଓ ଭକ୍ତମାନେ ଧାଡିରେ ଯାଇ ଠାକୁର ଧର୍ଶନ କରିଥିଲେ  । ତୈଳିକବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ବୋଇତ ବନ୍ଦାଣ ଉତ୍ସବ  ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧବରା ଘୁଘୁନି ସାଙ୍ଗକୁ ଠୁଙ୍କାପୁରୀ, ଚାଟ, ଦହିବରା, ଦୋସା,ଫାଷ୍ଟଫୁଡଦୋକାନ ,ହରେକମାଲ, ମନୋହରି ଦୋକାନ ,ଆଇସକ୍ରିମ ପାର୍ଲର ଉଠା ଦୋକାନ ଏବଂ ଡଲା,କୁଲା , ଟୋପି, ବୋଝ ଓ ଅନ୍ୟାନ୍ୟ ଲୁହାଲତା ଦୋକାନ ର ପସରା ମେଲିଥିଲା । ଲୋକମାନେ ହାଟ ବଜାରରେ ମିଳୁନଥିବା ବିଭିନ୍ନ ସାମଗ୍ରୀ କିଣିଥିଲେ । ଅପରାହ୍ନରେ ମଣିପୁର ଶାସନ ଗ୍ରାମର ଆରାଧ୍ୟଦେବତା ରାଧାକୃଷ୍ଣଜୀୟୁ ଙ୍କୁ ଏକ ସୁସଜ୍ଜିତ ବିଭାନରେ ବସାଇ ସଭାପତି ଅର୍ଜୁନ ମିଶ୍ର ଙ୍କ ନେତୃତ୍ୱ , ଆନନ୍ଦ ଚନ୍ଦ୍ର ଦ୍ୱିବେଦୀ,କୁଂଜ ବିହାରୀ ମିଶ୍ର,ଶାନ୍ତନୁ ଦାଶ,ପ୍ରଶାନ୍ତ ଦ୍ୱିବେଦୀ ଙ୍କ ତତ୍ୱାବଧାନ ଓ ଗ୍ରାମବାସୀ ଙ୍କ ସହଯୋଗରେ  କୀର୍ତନମଣ୍ଡଳୀ ଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବୁଦେ୍ଧଶ୍ୱର ମନ୍ଦିରକୁ ଅଣାଯାଇ ହରିହର ଭେଟ କରାଯାଇଥିଲା ।   ଆ୍ର୍ଯ୍ୟ  ସମାଜ ତରଫରୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିଲା ।  ଶେଷଦିନରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ପ୍ରଜାପତି ଇଶ୍ୱରୀୟ ବିଶ୍ୱିଦ୍ୟାଲୟ ତରପରୁ ଜୀବନ୍ତ ସାଧବ ପୁଅ ଝାଙ୍କି ପ୍ରର୍ଦଶିତ କରାଯାଇଥିଲା ଏହାକୁ ପୂର୍ବତନ ନଗରପାଲ ନନ୍ଦକିଶୋର ସାହୁ ଉଦଘାଟନ କରିଥିଲେ ।  ଚଳିତବର୍ଷ ବାଲିଯାତ୍ରାରେ ପ୍ରାୟ ୩୦ ହଜାରରୁ ଉଦ୍ଧ୍ୱର୍ ଜନସମାଗମ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭ୍ୟମାନେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିବା ବେଳେ ଭୁବନ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ଙ୍କ ନେତୃତ୍ୱରେ  ୧ ପ୍ଲାଟୁନ ପୋଲିସଫୋର୍ସ ଙ୍କ ଜରିଆରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *