ଭୁବନ,୧୨/୧୧/୨୦୧୯(ଓଡ଼ିଶା ସମାଚାର)-ଭୁବନ ତୈଳିକ ସମାଜ ତରଫରୁ ୧୪ ତମ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ତୈଳିକ ସମାଜ ସଭାପତି ବିଦ୍ୟାଧର ସାହୁ ଙ୍କ ନେତୃତ୍ୱରେ ଏକ ଡଙ୍ଗାକୁ ବୋଇତ ଭାବେ ସାଜସଜ୍ଜାକରି ୭ ଜଣ ଯୁବକ ସାଧବ ପୁଅ ବେଶରେ ବୁଦେ୍ଧଶ୍ୱର ଘାଟରେ ପ୍ରାତଃସମୟରେ ପହଁଚିଥିଲେ । ହଜାର ହଜାର ନରନାରୀ ହରିବୋଲ ହୁଳହୁଳି ଦେଇ ସାଧବପୁଅ ମାନଙ୍କୁ ବନ୍ଦାପନା କରିବା ସହିତ ବୋଇତରେ ଥିବା ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଙ୍କୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ପରେ ସାଧବପୁଅ ମାନଙ୍କୁ କୀର୍ତନମଣ୍ଡଳୀ ଙ୍କ ଗହଣରେ ବୁଦେ୍ଧଶ୍ୱର ମନ୍ଦିର କୁ ପାଛୋଟି ଆଣିଥିଲେ । ଓଡ଼ିଶା ସମାଚାର
