Friday , November 15 2019
Home / ବିଶେଷ / ଭୁବନେଶ୍ୱର ହେବ ୱାଇ-ଫାଇ ସହର – ୨ ଏମ୍ବିପିଏସ୍ ସ୍ପିଡ୍ରେ ମିଳିବ ଇଂଟରନେଟ୍ ସେବା

ଭୁବନେଶ୍ୱର ହେବ ୱାଇ-ଫାଇ ସହର – ୨ ଏମ୍ବିପିଏସ୍ ସ୍ପିଡ୍ରେ ମିଳିବ ଇଂଟରନେଟ୍ ସେବା

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ସମଗ୍ର ଭୁବନେଶ୍ୱର ସହରରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫ୍ରି’ ୱାଇ-ଫାଇ ସେବା । ସ୍ମାର୍ଟସିଟିର ମୁଖ୍ୟ ରାସ୍ତାଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ଏହି ଫ୍ରି’ ୱାଇଫାଇ ସେବା ଉପଲବ୍ଧ ହେବ ବୋଲି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବ ଦୁର୍ଗାଶଙ୍କର ମିଶ୍ର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ନିଜ ଟୁଇଟର ଆକାଉଂଟରେ ଉଲ୍ଲେଖ କରିଛନ୍ତି ଯେ, ସ୍ମାର୍ଟସିଟି ଭୁବନେଶ୍ୱରରେ ଖୁବ୍ଶୀଘ୍ର ମାଗଣା ୱାଇ-ଫାଇ ସେବା ଆରମ୍ଭ ହେବ । ଏହାଦ୍ୱାରା ଭୁବନେଶ୍ୱରବାସିନ୍ଦା ଡିଜିଟାଲ୍ ମାଧ୍ୟମରେ ଯୋଡ଼ି ହୋଇପାରିବେ ବୋଲି ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁଯାୟୀ ସମଗ୍ର ସହରରେ‘ଭୁବନେଶ୍ୱର ମିଁ’ ସେବା ଦ୍ୱାରା ୫୦୦ ୱାଇ-ଫାଇ ହଟ୍ସ୍ପଟ ଲଗାଯିବ । ଏହା ୨ ଏମ୍ବିପିଏସ୍ ସ୍ପିଡ୍ରେ ଇଂଟରନେଟ୍ ସେବା ପ୍ରଦାନ କରିବ । ପୂର୍ବରୁ ୨୦୧୮ ନଭେମ୍ବରରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇରେ ବୋଇତ ବନ୍ଦାଣ ଉତ୍ସବ

ପଟ୍ଟାମୁଣ୍ଡାଇ, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୮ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *