Thursday , September 19 2019
Breaking News
Home / ବିଶେଷ / ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲାପାଳ  

ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲାପାଳ  

ଗରଦପୁର,୧୧/୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ପରିସର ସ୍ଥିତ   ବଟ ମଣ୍ଡପରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗତକାଲି ବିଭାଗ ତରଫରୁ ଆୟୋଜିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଶିବିରରେ ବିଡ଼ିଓ ଧରଣୀଧର ବେହେରା ଅଧ୍ୟକ୍ଷତା କରିଥିଲାବେଳେ  ଏଥିରେ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଉପକରଣ ବଂଟନ କରିଥିଲେ । ଏହି ଶିବିରରେ  ମୋଟ ୧୪୭ ଜଣଙ୍କୁ ୟୁଡ଼ିଆଇଡ଼ି ପ୍ରମାଣପତ୍ର ପ୍ରଦାନ କରିବା ସହିତ  ୯ ଜଣଙ୍କୁ ହୁଇଲ ଚେୟାର  , ୧ ଜଣଙ୍କୁ କ୍ଲିପର, ୧୪ ଜଣଙ୍କୁ ଶବଣ ଯନ୍ତ୍ର , ୫ ଜଣଙ୍କୁ ସର୍ଜିକାଲ ଯୋତା , ୩ ଜଣଙ୍କୁ ୩ ଚକିଆ ସାଇକେଲ , ୯ ଜଣଙ୍କୁ ଚାଲିବା ସହାୟକ ଯନ୍ତ୍ର ପ୍ରଦାନ କରାଯାଇଥିଲା ।  ସେହିପରି ୧୦୦ ଜଣ ଭିନ୍ନକ୍ଷମ ଙ୍କୁ ଭତା ଓ ୭ ଟି ଭିନ୍ନକ୍ଷମ ସ୍ୱୟଂସହାୟକ ଗୋଷ୍ଠିଙ୍କୁ ୫୦ ହଜାର ଟଙ୍କା ଲେଖା ସହାୟତା ପ୍ରଦାନ କରାଯାଇଥିଲା । ଏଥିସହିତ ୬ ଜଣଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ  ଆର୍ଥôକ ସହାୟତା ପ୍ରଦାନ କରାଯାଇଥିଲା ।  ଏହି ଶିବିରରେ  ଜିଲା ସାମାଜିକ ସୁରକ୍ଷା ଅଧିକାରୀ  ଉଦୟନାଥ ଜେନା  , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ  ପ୍ରଭାତ ଚନ୍ଦ୍ର ଦାସ ,  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅଂଜଳୀ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ , ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।  ଶିବିର ପରିଚାଳନାରେ ବ୍ଲକ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚୈତନ୍ୟ ବିଶ୍ୱାଳ , ପ୍ରଗତି ସହାୟକ ପ୍ରମୋଦ ଦାସ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *