Friday , November 15 2019
Home / ପର୍ଯ୍ୟଟନ ଓ ସଂସ୍କୃତି / ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ଫୁଟିଲେ ଛୁଆ

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ଫୁଟିଲେ ଛୁଆ

ରାଜନଗର,୧୦/୦୮/୨୦୧୯(ଓଡ଼ିଶା ସମାଚାର)-ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ । ଚଳିତ ବର୍ଷ ମା କୁମ୍ଭୀର ଦେଇଥିବା ଅଣ୍ଡାରୁଛୁଆ ଫୁଟିବା ଆରମ୍ଭ ହୋଇଛି । ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୪୧ଟି ଛୁଆ ଫୁଟିଥିବା ଦେଖିବାକୁ ମିଳିଛି । ମହାକାଳପଡା ରେଂଜର ରାମଚଣ୍ଡୀ ନିକଟ ନାଳରୁ ଗୋଟିଏ କୁମ୍ଭୀର ବସାରୁ ୫୪ଟି ଅଣ୍ଡା ସଂଗ୍ରହ କରାଯାଇ ହ୍ୟାଚେରୀରେ ପ୍ରଥମ ପର୍ଯ୍ୟାୟରେ ରଖାଯାଇଥିଲା । ସେଥିରୁ ଏହି ଛୁଆ ଗୁଡିକ ବାହାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଜାତୀୟ ଉଦ୍ୟାନ ଅନ୍ତର୍ଗତ କାଳୀଭଞ୍ଜଡିଆ ଜଙ୍ଗଲରୁ ଗୋଟିଏ କୁମ୍ଭୀର ବସାରୁ ୪୫ଟି ଅଣ୍ଡା ସଂଗ୍ରହ କରାଯାଇ ହ୍ୟାଚେରୀକୁ ଅଣାଯାଇଥିଲା । ସେଥିରୁ ଏଯାଏଁ ଛୁଆ ଫୁଟି ନାହାନ୍ତି । କନିକା ରେଂଜ ଅନ୍ତର୍ଗତ ଡାଙ୍ଗମାଳ ଫରେଷ୍ଟ ବ୍ଲକ ଅନ୍ତର୍ଗତ ଶୁଆଯୋର, ଗଞ୍ଜେଇଖିଆ,ଚିନ୍ତାମଣୀ ମହାନ୍ତି ଯୋର ଏବଂ ଡାଙ୍ଗମାଳ ପ୍ରଜନନ କେନ୍ଦ୍ର ଅଂଚଳରୁ ୯୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା । ରାଜନଗର ରେଂଜରୁ୯ଟି, ମହାକାଳପଡା ରେଂଜରୁ ୨ଟି ଓ ଗହୀରମଥା ରେଂଜରୁ ଗୋଟିଏ ମୋଟ ୧୦୩ଟି ବସା ଚଳିତ ବର୍ଷ ଚିହ୍ନଟ କରାଯାଇଥିଲା । ମା କୁମ୍ଭୀର ଅପ୍ରେଲ ରୁ ମଇଁମାସ ମଧ୍ୟରେ ପୁରୁଷ କୁମ୍ଭୀର ସହିତ ମିଳନ ପ୍ରକ୍ରିୟା ଆରମ୍ଭ କରିଥାଏ । କୁମ୍ଭୀର ଅଣ୍ଡା ଦେବାର ୭୫ଦିନରୁ ୯୦ ଦିନ ମଧ୍ୟରେ ଛୁଆ ଫୁଟିଥାନ୍ତି । ପ୍ରକୃତିରେ ଥିବା (ଶୁଆଯୋର)ମାତ୍ର ଗୋଟିଏ ବସାରୁ ଛୁଆ ଫୁଟି ମା ନିକଟରେ ଥିବା ଦେଖିବାକୁ ମିଳିଥିଲା । ଅଣ୍ଡାରୁ ଛୁଆ ଫୁଟିବା ପରେ ସେମାନଙ୍କୁ ମା କୁମ୍ଭୀର ପାଟିରେ ନେଇ ନଦୀ ଓ ନାଳମାନଙ୍କରେ ଛାଡିଦେଇ ନିକଟରେ ଜଗି ରହିଥାଏ । ଏହି ଛୁଆ କୁମ୍ଭୀର ଗୁଡିକ ଛୋଟଛୋଟ ଚୂନାମାଛ ଖାଇ ଜୀବନ ଧାରଣ କରିଥାନ୍ତି । ମାତ୍ର ଏହି ସମୟରେ ସେମାନଙ୍କୁ ବଡମାଛ, କୁରୁବଳ,ଛଚାଂଣ, ବିଭିନ୍ନ ପ୍ରଜାତିର ସାପ, ଗୋଧି ସେମାନଙ୍କୁ ମାରି ଖାଇଦେଇଥାନ୍ତି । ଓଡ଼ିଶା ସମାଚାର

About admin

Check Also

ଭୁବନ: ବ୍ରାହ୍ମଣୀ ନଦୀରେ ୨୦ ହଜାର ଶ୍ରଦ୍ଧାଳୁ କାର୍ତିକ ବୁଡ ପକାଇଲେ

ବୁଦେ୍ଧଶ୍ୱର ପୀଠରେ ଧୁମଧାମ୍ ରେ ବାଲିଯାତ୍ରା ପାଳିତ,୩୦ ହଜାର ରୁ ଉଦ୍ଧ୍ୱର୍ ଜନସମାଗମ ଭୁବନ,୧୨/୧୧/୨୦୧୯(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ …

Leave a Reply

Your email address will not be published. Required fields are marked *