Friday , September 20 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଭିତରକନିକାରେ ନୂଆ ପକ୍ଷୀ ‘ୟେଲୋ ଲେଗଡ ବଟନ କ୍ୱେଲ’

ଭିତରକନିକାରେ ନୂଆ ପକ୍ଷୀ ‘ୟେଲୋ ଲେଗଡ ବଟନ କ୍ୱେଲ’

ରାଜନଗର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-ଭିତରକନିକା ଜାତୀୟ ଉଦ୍ୟାନରେ ପୁନର୍ବାର ଏକ ବିରଳ ପକ୍ଷୀ ଦେଖିବାକୁ ମିଳିଛି । ଏହାର ନାମ ୟେଲୋ ଲେଗଡ ବଟନ କ୍ୱେଲ । ଏହାର ବୈଜ୍ଞାନିକ ନାମ ହେଲା ଟର୍ଣ୍ଣିକ୍ସ ଟାଙ୍କି । ଏହି ପକ୍ଷୀ ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ, ଏସିଆ ମହାଦେଶ, ବିଶେଷକରି ଏହା ଭାରତର ଦକ୍ଷିଣ, ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ଅଞ୍ଚଳରେ ଦେଖାଯାଏ । ଏହା ସ୍ୱଭାବତଃ ଡରୁଆ ପକ୍ଷୀ ହୋଇଥିବାରୁ ବହୁତ କମ ଦୃଶ୍ୟମାନ ହୋଇଥାନ୍ତି । ଭିତରକନିକାରେ ଏହାକୁ ପ୍ରଥମଥର ଆବିଷ୍କାର କରାଯାଇଛି । ଏହାର ପାଦ ଓ ଥଂଟ ହଳଦିଆ ରଙ୍ଗର । ପୁରୁଷ ଓ ମାଇ ପକ୍ଷୀର ରଙ୍ଗ ଅଳ୍ପ ଭିନ୍ନ । ଏହା ୧୫ରୁ ୧୮ ସେ.ମି ଲମ୍ବ ଓ ପୁରୁଷ ପକ୍ଷୀଠାରୁ ମାଇ ପକ୍ଷୀ ଟିକେ ବଡ । ଏହି ବିରଳ ପକ୍ଷୀ ଭିତରକନିକାରେ ଦେଖାଯିବା ପରେ ଏଠାରେ ପକ୍ଷୀପ୍ରେମୀଙ୍କ ମନରେ ଆନନ୍ଦ ଆଣି ଦେଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶାକୁ ପ୍ରଶଂସା କଲେ ବ୍ରିଟିଶ୍ ଡେପୁଟି ହାଇକମିଶନର

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଅବସ୍ଥାପିତ ବି୍ରଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍ ବକ୍ନେଲ୍ ସଂସ୍କୃତିବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ …

Leave a Reply

Your email address will not be published. Required fields are marked *