Tuesday , January 28 2020
Breaking News
Home / ବିଶେଷ / ଭିଜିଲାନ୍ସ ଜାଲରେ ହାବିଲଦାର

ଭିଜିଲାନ୍ସ ଜାଲରେ ହାବିଲଦାର

କେନ୍ଦୁଝର, ୦୯/୧୨/୨୦୧୯(ଓଡ଼ିଶା ସମାଚାର)- କେନ୍ଦୁଝର ପୁଲିସ ରିଜର୍ଭଠାରେ ହୋମଗାର୍ଡ ହାବିଲଦାର ଭାବେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ, କେନ୍ଦୁଝର ରିଜର୍ଭ ପୁଲିସ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କର କେନ୍ଦୁଝର ପୌରପାଳିକାର ୧୫ନମ୍ବର ୱାର୍ଡ ଅରୋବିହାରସ୍ଥିତ ବାସଭବନ, ପାଟଣା ଥାନା ଅନ୍ତର୍ଗତ ବାରଟୁଣିଆସ୍ଥିତ ପୈତୃକ ବାସଭବନ ଓ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଳବେଡ଼ାସ୍ଥିତ ଶ୍ୱଶୁର ଘରେ ମଧ୍ୟ ଗୁରୁବାର ଏକା ସମୟରେ ଭିଜିଲାନ୍ସ ଚଢ଼ଉ ହୋଇଥିବା ସୂଚନା ମିଳିଛି । ଶ୍ରୀ ମହାନ୍ତଙ୍କର ପତ୍ନୀ ମଧ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ । କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ ସେଠ ଏହି ଚଢ଼ଉର ନେତୃତ୍ୱ ନେଇଥିବା ବେଳେ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ସାମିଲ ଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ  ମୀରାବାଇ କଳା ସଂସ୍କୃତି ମହାବିଦ୍ୟାଳୟ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ …

Leave a Reply

Your email address will not be published. Required fields are marked *