Monday , December 9 2019
Home / କୃଷି / ଭାସମାନ ପଞ୍ଜୁରି ଭିତରେ ମାଛ ଚାଷ

ଭାସମାନ ପଞ୍ଜୁରି ଭିତରେ ମାଛ ଚାଷ

ମାଲକାନଗିରି, ୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶାରେ ପ୍ରଥମଥର ପାଇଁ ଭାସମାନ ପଞ୍ଜୁରି ଭିତରେ ମାଛ ଚାଷର ଶୁଭ ଉଦଘାଟନ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସଦରମହକୁମା ସତୀଗୁଡ଼ା ଜଳଭଣ୍ଡାରରେ ଏ ଆଧୁନିକ ପ୍ରଣାଳୀ ମାଛ ଚାଷ ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛି । ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ୫୦ ହଜାର ଟଙ୍କାର ଏହି ଯୋଜନା ଆରମ୍ଭ ହୋଇଛି । ସତୀଗୁଡ଼ା ଜଳଭଣ୍ଡାରର ମଧ୍ୟ ଭାଗରେ ଭାସମାନ ୧୦ଟି ପଞ୍ଜୁରି କରାଯାଇଛି । ପ୍ରତ୍ୟେକ ପଞ୍ଜୁରିର ଲମ୍ବା ୫ ମିଟର ଏବଂ ଓସାର ୫ ମିଟର ଓ ଗଭୀର ୫ ମିଟର ରହିଛି । ଏହି ଭାସମାନ ପଞ୍ଜୁରି ଗୋଟିଏ ସ୍ଥାନରେ ସଂଯୋଗ କରାଯାଇ ପ୍ରତି ପଞ୍ଜୁରି ଚତୁଃପାଶ୍ୱର୍ରେ ଜାଲବାଡ଼ କରାଯାଇଛି । ଏହି ଭାସମାନ ପଞ୍ଜୁରିରେ ୧୦ଟି କୋଠରିରେ ୨୦ହଜାର ମାଛ ଯାଆଁଳ ଛାଡ଼ିଛନ୍ତି । ଏହାକୁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଶୁଭ ଉଦଘାଟନ କରିଥିଲେ । ଏଥିରେ କଟକ ଏବଂ ଭୁବନେଶ୍ୱରରୁ ଆସିଥିବା ପଦାଧିକାରୀମାନେ ସୋସାଇଟି ସଭ୍ୟମାନଙ୍କୁ ମତ୍ସ୍ୟଚାଷ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ । ଏହି ମାଛ ବଡ଼ ହେଲେ ସତୀଗୁଡ଼ା ଜଳଭଣ୍ଡାର ମତ୍ସ୍ୟଜୀବୀ ସୋସାଇଟି ଗୋଟିଏ ବର୍ଷରେ ୧୫ଲକ୍ଷ ଟଙ୍କା ଲାଭ ପାଇବେ । ଏଥିପାଇଁ ଏହି ୭ ଲକ୍ଷ ୫୦ହଜାର ଟଙ୍କାରେ ଭାସମାନ ପଞ୍ଜୁରି ନିର୍ମାଣ, ମାଛ ଯାଆଁଳ, ମାଛ ନିମନ୍ତେ ଖାଦ୍ୟପେୟ, ଭାସମାନ ପଞ୍ଜୁରିରେ ମାଛମାନଙ୍କ ସୁରକ୍ଷା ଏବଂ ତାଙ୍କ ଦାୟିତ୍ୱ ନେବାପାଇଁ ଶ୍ରମିକମାନଙ୍କ ମଜୁରି ବାବାଦରେ ଖର୍ଚ୍ଚ କରାଯାଇଛି । ଆଗାମୀ ଦିନରେ ୨ଶହ କୋଠରୀ ବିଶିଷ୍ଟ ୧୦ ଭାସମାନ ପଞ୍ଜୁରି ନିର୍ମାଣ କରାଯାଇ ସେଥିରେ ମାଛ ଜାଆଁଳ ଛଡ଼ାଯିବ । ଫଳରେ ସତୀଗୁଡ଼ା ଜଳଭଣ୍ଡାରରେ ୫ଶହରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ ସେମାନଙ୍କର ଜୀବିକା ନିର୍ବାହ କରିବା ସହ ଆର୍ଥôକ ମାନଦଣ୍ଡରେ ଉନ୍ନତି ଆଣିପାରିବେ । ଏଥିସହ ମାଲକାନଗିରି ସହରରେ ବାହାର ରାଜ୍ୟରୁ ମାଛ ଆସିବ ନାହିଁ । ଖାଉଟିମାନେ ଆସନ୍ତା ବର୍ଷ ଠାରୁ ପ୍ରଚୁର ପରିମାଣରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଏବଂ ସତୀଗୁଡ଼ା ଜଳଭଣ୍ଡାରରେ ମାଛ ପାଇପାରିବେ । ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ମତ୍ସ୍ୟଜୀବୀମାନେ ଧରିଥିବା ମାଛ କିପରି ଜିଲ୍ଲା ସଦର ମହକୁମା ଏବଂ ଅନ୍ୟ ରାଜ୍ୟକୁ ଯିବ ସେଥିପାଇଁ ମତ୍ସ୍ୟ ବିଭାଗ ତରଫରୁ ଯାନବାହାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ଯୋଗାଣରେ ବିଳମ୍ବ

ଗରଦପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର)- ଆଳୁ ବିହନ ଲଗାଇଲେଣି ଚାଷୀ ହେଲେ ସରକାରଙ୍କ ବିହନ ପହଂଚି ନାହିଁ । ଚାଷୀମାନଙ୍କ ପାଇଁ ଆଳୁ …

Leave a Reply

Your email address will not be published. Required fields are marked *