Friday , November 22 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଭାରତ ମସଲା କମ୍ପାନୀର ପ୍ରତିଷ୍ଠା ଦିବସ ଓ ପୂଜ୍ୟପୂଜା ସମାରୋହ

ଭାରତ ମସଲା କମ୍ପାନୀର ପ୍ରତିଷ୍ଠା ଦିବସ ଓ ପୂଜ୍ୟପୂଜା ସମାରୋହ

ମୃତୁ୍ୟଞ୍ଜୟ ମହାପାତ୍ରଙ୍କୁ ଭାରତ ଗୌରବ ସମ୍ମାନ
କଟକ, ୦୬/୦୯/୨୦୧୯(ଓଡ଼ିଶା ସମାଚାର)-ଜୟଭାରତ ଫାଉଣ୍ଡେସନ ପକ୍ଷରୁ ଭାରତମସଲା କମ୍ପାନୀର ୨୦ତମ ପ୍ରତିଷ୍ଠାଦିବସ ଓ ପୂଜ୍ୟପୂଜା ପରମ୍ପରା‘ଭାରତ ପ୍ରତିଭା ସମ୍ମାନ ୨୦୧୯’ବାରଙ୍ଗ ରାମଦାସପୁର ସ୍ଥିତ କମ୍ପାନୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହତୋମାର ଯୋଗଦେଇ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ଭଳି ଆଜିର ଶିକ୍ଷିତ ଯୁବପୀଢି ଚାକିରି ପଛରେ ନ ଧାଇଁ ଉଦ୍ୟୋଗ ମାଧ୍ୟମରେ ନିଜେ ସ୍ୱାବଲମ୍ବୀ ହେବାସହ ଦେଶର ଆର୍ଥିକ ପ୍ରଗତିରେ ମଧ୍ୟସହାୟକ ହୋଇପାରିବେ ବୋଲି କହିଥିଲେ ।ଭାରତ ମସଲାର ପରିଚାଳନା ନିର୍ଦ୍ଧେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ , ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପଜେନା ଯୋଗଦେଇ ସ୍ୱଳ୍ପ ଟଙ୍କାରେ ଜନ୍ମନେଇଥିବା ଏହି ଅନୁଷ୍ଠାନ ଆଜି ୪ହଜାର କୋଟି ଟଙ୍କାର ବ୍ୟବସାୟ ଚଳାଇ ସାରା ଭାରତ ବର୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାସହ ବିଶ୍ୱରେ ୧୬ଟି ଦେଶରେ ଭାରତ ମସଲା ନିଜର ପରିଚୟ ସୃଷ୍ଟିକରିପାରିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ଜିଏସଟି ବୋର୍ଡ଼ ସଦସ୍ୟ ସୁଶାନ୍ତକୁମାର ପଣ୍ଡା, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗ ଡାଇରେକ୍ଟର ଜେନେରାଲ ମୃତୁ୍ୟଞ୍ଜୟ ମହାପାତ୍ରଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ପ୍ରତିଷ୍ଠିତ ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ କଥା ଭାରତ,ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଶୋୟୀଙ୍କୁ ସେବା ଭାରତ,ଭାରତୀୟ ମହିଳା କ୍ରିକେଟ ଟିମ ସଦସ୍ୟା ମାଧୁରୀ ମେହେଟାଙ୍କୁ କ୍ରୀଡ଼ା ଭାରତ, ପ୍ରତିଷ୍ଠିତ ଚଳଚ୍ଚିତ୍ର ଅଭିନେତା ଆକାଶ ଦାସନାୟକଙ୍କୁ ସଂସ୍କୃତି ଭାରତ ସମ୍ମାନ, ଅଧ୍ୟୟନ କ୍ଷେତ୍ରରେ ଅଜୟ କୁମାର ପାତ୍ର,ପ୍ରୀତିଶ ବେହେରା ଓ ଶୁଭମ ଶର୍ମାଙ୍କୁ ବିଦ୍ୟା ଭାରତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତ ମସଲାର ପ୍ରତିଷ୍ଠାତା ତଥା ଜୟଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ଦୀର୍ଘ ୧୯ବର୍ଷ ଧରିଏହି ଅନୁଷ୍ଠାନ ଓଡ଼ିଶାର କଟକ ଜିଲ୍ଲାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ନିଜର ବ୍ୟବସାୟିକ ପରିଚୟ ସୃଷ୍ଟିକରିଥିବାବେଳେ ଏହାର ଲାଭାଂଶକୁ ସମାଜସେବାରେ ବିନିଯୋଗ କରି ଆସିଛି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ଉପଦେଷ୍ଟା ପ୍ରଫୁଲ୍ଲ ସିଂହ ଓ ଭାରତ ମସଲାର ସାଧାରଣ ପରିଚାଳକ ଅଶ୍ୱିନୀକୁମାର ଦାସ, ଲୋକ ସମ୍ପର୍କ ଅଧିକାରୀ ସୁଲଗ୍ନା ବାରିକ ପ୍ରମୁଖ ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ଆନ୍ଧ୍ରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ ବିଶାଖାପାଟଣା/ ଭୁବନେଶ୍ୱର ୦୯/୧୧/୨୦୧୯(ଓଡ଼ିଶା ସମାଚାର)-ପୂର୍ବ ଭାରତରେ ଅଧିକ …

Leave a Reply

Your email address will not be published. Required fields are marked *