Monday , February 24 2020
Home / ଶିକ୍ଷା / ଭାରତୀୟ ବିଦ୍ୟା ନିକେତନ ତକ୍ଷଶିଳାର ବାର୍ଷିକ ଉତ୍ସବ ଉଦଯାପିତ

ଭାରତୀୟ ବିଦ୍ୟା ନିକେତନ ତକ୍ଷଶିଳାର ବାର୍ଷିକ ଉତ୍ସବ ଉଦଯାପିତ

ଭୁବନ,୨୧/୦୧/୨୦୨୦ (ଓଡ଼ିଶା ସମାଚାର)-ଭାରତୀୟ ବିଦ୍ୟାନିକେତନ ତକ୍ଷଶିଳାର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ଦାସ ଅତିଥି ପରିଚୟ , କାହ୍ନୁଚରଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ,ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଗଁନ୍ଦିଆ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁ,ପୋରୁହଖୋଜ ସରପଂଚ ଶୁଭଦର୍ଶିନୀ ପରିଡା,ସମାଜସେବୀ ତାପସ ରାଉତ,ହିମାଂଶୁ ପୋଥାଳ,ଓଷ୍ଟା ଗଁନ୍ଦିଆ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ସାମନ୍ତ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ ସାହୁ,ବିଶିଷ୍ଟ ଅର୍ଥନୀତିଜ୍ଞ ରମଣ ଅଗ୍ରୱାଲା,ପୁରୀ ଗୋବର୍ଦ୍ଧନ ପୀଠର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । । ରଂଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକଉତ୍ସବ ପ୍ରମୁଖ ଅକ୍ଷୟ କୁମାର ବରାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ବିଶିଷ୍ଟ ନୃତ୍ୟଗୁରୁ ରାସ ବିହାରୀ ଦେହୁରୀ ଓ ସଂଗୀତ ଶିକ୍ଷକ ଶ୍ରୀକାନ୍ତ କୁମାର ବରାଳ ଙ୍କ ନିର୍ଦ୍ଦେଶନାରେ ରଞ୍ଜିତ ଗୁରୁଜୀ,ପ୍ରଭାତ ଗୁରୁଜୀ,ସୌମ୍ୟ ଗୁରୁଜୀ,ସୁନନ୍ଦା ଗୁରୁମା,ସାଧନା ଗୁରୁମା,ନିଳୋତ୍ପଳା ଗୁରୁମା ଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *