Friday , February 28 2020
Breaking News
Home / ବିଶେଷ / ଭାରତୀୟ ଗୋ-ବିିଜ୍ଞାନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭାରତୀୟ ଗୋ-ବିିଜ୍ଞାନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଗ୍ରାମ୍ୟ ବିକାଶର ମୂଳ ଉତ୍ସ ଗାଈ- ପରମହଂସ ପ୍ରଜ୍ଞାନାନନ୍ଦ

ଭୁବନେଶ୍ୱର /ପୁରୀ/ ୨୯/୦୧/୨୦୨୦ (ଓଡ଼ିଶା ସମାଚାର)- ଗ୍ରାମ୍ୟ ବିକାଶର ମୂଳ ଉତ୍ସ ଗାଈ ଏବଂ ମାନବ ଜାତିର ତଥା ବିଶ୍ୱର କଲ୍ୟାଣ ପାଇଁ ଗୋ ସଂପଦର ସୁରକ୍ଷା କରାଯିବା ଆବଶ୍ୟକ ବୋଲି ଓଡିଶା ଗୋସେବା ସମିତି ତରଫରୁ ଆୟୋଜିତ ତ୍ରିଦିବସୀୟ ଗୋବିଜ୍ଞାନ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ଅବସରରେ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ନିଜ ବକ୍ତବ୍ୟରେ ଉଦବୋଧନ ଦେଇଛନ୍ତି । ଗୋସଂପଦର ଉଦ୍ଧାର ଏବଂ ତାର ଲାଳନପାଳନ ଜରିଆରେ ଆୟ ବୃଦ୍ଧିକରି ବେକାର ସମସ୍ୟା ଦୁର କରିବା ସହିତ ଗୋବର ଓ ଗୋମୁତ୍ର ପ୍ରୟୋଗରେ ବିଷମୁକ୍ତ କୃଷିକରି ସୁସ୍ଥ ସମାଜରେ ବ୍ରତୀ ହେବାକୁ ପୂଜ୍ୟ ପରମହଂସ ଆହ୍ୱାନ ଜଣାଇଛନ୍ତି ।
ଗତ ୨୫ ରୁ ୨୭ତାରିଖ ଯାଏଁ ପୁରୀ ବାଲିଘାଇ ନିକଟସ୍ଥ ହରିହରାନନ୍ଦ ଗୁରୁକୂଳମର ଗୋଶାଳା ପରିସରରେ ଥିବା ଭାରତୀୟ ଗୋବିଜ୍ଞାନ କେନ୍ଦ୍ରରେଏକ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି । ଉକ୍ତ ଶିବିରରେ ଯୁବ ଚାଷୀ, ମହିଳାଉଦ୍ୟୋଗୀ, ଏବଂ ଗୋପ୍ରେମୀ ମାନଙ୍କୁ ଜୈବିକ ଖତ ଓ କୀଟ ନିୟନ୍ତ୍ରକ ପ୍ରସ୍ତୁତି, ଜୈବିକ କୃଷି, ପଂଚଗବ୍ୟ, ଚେରମୂଳି ଦ୍ୱାରା ଗୋ ଚିକିତ୍ସା ଓ ଗୋ ଆଧାରିତ କୁଟିରଶିଳ୍ପ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେମାନେ ହେଲେ ବୈଜ୍ଞାନିକ ଡ଼ା. ବଳରାମ ସାହୁ, ଜୈବିକ କୃଷି ବିଶେଷଜ୍ଞ ସଭାପତି ଖାଡଙ୍ଗା,ବ୍ରହ୍ମଚାରୀ ପ୍ରଦୀପ, ବ୍ରହ୍ମଚାରୀ ସଂଜିତ,କିଶୋର ପଣ୍ଡା,ପ୍ରମୋଦ ପ୍ରଧାନ ପ୍ରମୁଖ ପ୍ରଶିକ୍ଷକ ଭାବେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଦିଆଯାଇଛି ।ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ନିଜ ନିଜ ଅଂଚଳକୁ ଯାଇ ଏହି ଶିକ୍ଷାର ସମାଜ ମଙ୍ଗଳରେ ବିନିଯୋଗ କରିବେ ବୋଲି ମହାରାଜ ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *