Friday , September 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଭାରତର ଜିଡ଼ିପିରେ ବେଦାନ୍ତର ଯୋଗଦାନ ୨.୨ ପ୍ରତିଶତ ହୋଇ ୩.୭୪ ଲକ୍ଷ କୋଟି ଛୁଇଁଛି: ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପିଟେଟିଭ୍ନେସ୍

ଭାରତର ଜିଡ଼ିପିରେ ବେଦାନ୍ତର ଯୋଗଦାନ ୨.୨ ପ୍ରତିଶତ ହୋଇ ୩.୭୪ ଲକ୍ଷ କୋଟି ଛୁଇଁଛି: ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପିଟେଟିଭ୍ନେସ୍

ନୂଆଦିଲ୍ଲୀ / ଭୁବନେଶ୍ୱର,୦୬/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତର ଜିଡ଼ିପିରେ ବେଦାନ୍ତର ଯୋଗଦାନ ୨.୨ ପ୍ରତିଶତ ରହିଛି । ଏହାର ପରିମାଣ ୩.୭୪ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପିଟେଟିଭ୍ନେସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ।
ବେଦାନ୍ତର ପରିଚାଳନା ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୦.୪୦ ଯୋଗଦାନ ଜିଡ଼ିପିକୁ ଯାଇଥାଏ । କମ୍ପାନୀର ସପ୍ଲାଏ ନେଟୱାର୍କର ଯୋଗଦାନ ଜିଡ଼ିପିରେ ୧ ପ୍ରତିଶତ ରହିଛି ।
ଦେଶର ଆର୍ଥିକ ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି କ୍ଷେତ୍ରରେ କମ୍ାପନୀ ସଫଳ ହେବା ସହିତ ଏହାର ଯୋଗଦାନ ଜିଡ଼ିପିରେ ୨.୨୦ ପ୍ରତିଶତ ରହିଛି ।
ବେଦାନ୍ତର ପ୍ରତି ଗ୍ରୁପ୍ ଦ୍ୱାରା ମୋଟ ୯,୬୨,୮୨୪ ମ୍ୟାନ୍ ଇୟର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ଭାରତରେ ବେଦାନ୍ତ ଦ୍ୱାରା ୧୭ ପ୍ରକାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି ।
ଘରୋଇ କରଣ ଦ୍ୱାରା କମ୍ପାନୀର ଅଭିବୃଦ୍ଧି ହାର ବେଶ୍ ବୃଦ୍ଧି ପାଇଛି । ୨୦୧୮ କମ୍ପାନୀର ଟିକସ ପରବର୍ତୀ ଲାଭର ପରିମାଣ ସୀସା, ଦସ୍ତା ତଥା ରୁପା ଆଦିର କାରବାରେ ୯୨୭୬ କୋଟି ଟଙ୍କା ଥିଲା । ମାତ୍ର ଯଦି ଏହା ସରକାରଙ୍କ ହାତରେ ଥାଆନ୍ତା ତେବେ ଏହାର ପରିମାଣ ୪୬୨.୨ କୋଟି ଟଙ୍କା ହୋଇଥାନ୍ତା ।
କମ୍ପାନୀ ଭାରତ ଆମଦାନୀ ପରିମାଣ କମାଇବା ସହିତ ବିଦେଶୀ ମୁଦ୍ରା ପାଣ୍ଠିରେ ବୃଦ୍ଧି କରାଇପାରିଛି । ସୀସା, ଦସ୍ତା ତଥା ରୁପା ଆଦିର ଉତ୍ପାଦନ ବୃଦ୍ଧି ଏବଂ ସପ୍ଳାଏ ଯୋଗୁ କମ୍ପାନୀ ବାର୍ଷିକ ଦେଶର ୧୪,୪୫୮ କୋଟି ଟଙ୍କା ସଂଚୟ କରାଇପାରିଛି ।
ସୀସା, ଦସ୍ତା ତଥା ରୁପା ଆଦି ଧାତୁ ୨୦୧୭-୧୮ରେ କମ୍ପାନୀର କାରବାରରେ ୫୨ ପ୍ରତିଶତ ଯୋଗଦାନ କରିଥିବାବେଳେ କମ୍ପାନୀ ପ୍ରାଥମିକ ଶିକ୍ଷାର ବିକାଶ କ୍ଷେତ୍ରରେ ୧.୩୨ କୋଟି ଶିକ୍ଷାର୍ଥୀଙ୍କୁ ଲାଭ ପହଂଚାଇଛି । ଏହା ସହିତ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଘରୋଇ କମ୍ପାନୀଗୁଡ଼ିକ ଦେଶର ସମ୍ପତି । ଏହା ବେଦାନ୍ତ ପାଇଁ ସତ୍ୟ ହୋଇପାରିଛି ।
ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ୍, ଭାରତ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍, ବେଦାନ୍ତ ଆଲୁମିନିୟମ୍ ଲିମିଟେଡ୍, ତଲୱାଣ୍ଡି ସାବୋ ଲିମିଟେଡ୍, ସେସା ଗୋଆ ଆଇରନ୍ ଓର୍, ଷ୍ଟେରଲାଇଟ୍ କପର, କେର୍ନ ଇଣ୍ଡିଆ ଆଦି ବେଦାନ୍ତର ୭ଟି ଶାଖା କମ୍ପାନୀ । ବେଦାନ୍ତ ଦେଶର ସପ୍ଲାଏ କ୍ଷେତ୍ରରେ ୦.୪୦ ପ୍ରତିଶତ ଜିଡ଼ିପି ହାସଲ କରିଥିବାବେଳେ ଏହାର ପରିମାଣ ୧,୬୯,୫୫୦ କୋଟି ଟଙ୍କା ରହିଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *