Monday , December 9 2019
Breaking News
Home / କ୍ରୀଡ଼ା / ଭାରତର ଚତୁର୍ଥ ବିଜୟ

ଭାରତର ଚତୁର୍ଥ ବିଜୟ

ସାଉଥାମ୍ପଟନ,୨୩/୦୬/୨୦୧୯ (ଓଡ଼ିଶା ସମାଚାର /ଏଜେନ୍ସି)- ଫାଷ୍ଟ ବୋଲର ମହମ୍ମଦ୍ ସାମିଙ୍କ ହ୍ୟାଟ୍ରିକ୍ ସହାୟତାରେ ୨ଥରର ଚାମ୍ପିଅନ୍ ଭାରତ ୧୧ ରନ୍ରେ ଆଫଗାନିସ୍ତାନକୁ ହରାଇ ଏଠାରେ ଚାଲିଥିବା ୨୦୧୯ ଦିନିକିଆ ବିଶ୍ୱକପ୍ରେ ଚତୁର୍ଥ ବିଜୟ ହାସଲ କରିଛି । ଏହା ଫଳରେ ୫ଟି ମ୍ୟାଚ୍ରୁ ୯ ପଏଂଟ ପାଇ ଭାରତ ପଏଂଟ ଟେବଲରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଫାଷ୍ଟ ବୋଲର ଯଶ୍ପ୍ରୀତ୍ ବୁମରାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ଭାରତ ତାହାର ୬ଷ୍ଠ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ସହ ଜୁନ୍ ୨୭ରେ ଖେଳିବ । ସ୍ଥାନୀୟ ରୋଜ ୍ବାଉଲ ଷ୍ଟାଡିୟମ୍ରେ ଶନିବାର ଖେଳାଯାଇଥିବା ୨୮ତମ ଲିଗ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ୮ ୱିକେଟରେ ମାତ୍ର ୨୨୪ ରନ୍ କରିଥିଲା । ଜବାବରେ ଆଫଗାନିସ୍ତାନ ଲଢୁଆ ବ୍ୟାଟିଂ ସତ୍ୱେ ୪୯.୫ ଓଭରରେ ୨୧୩ ରନ୍ କରି ଅଲଆଉଟ ହୋଇଯାଇଥିଲା । ଆଫଗାନିସ୍ତାନ ଇନିଂସରେ ମହମ୍ମଦ୍ ନବି ସର୍ବାଧିକ ୫୨, ରହମତ ଶାହ ୩୬ ରନର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ ମହମ୍ମଦ୍ ସାମି ଚଳିତ ବିଶ୍ୱକପ୍ର ପ୍ରଥମ ତଥା ସମସ୍ତ ବିଶ୍ୱକପ୍ର ୯ମ ବୋଲର ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯଶ୍ପ୍ରୀତ୍ ବୁମରା, ୟୁଜବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତୀୟ ଇନିଂସରେ ଅଧିନାୟକ ବିରାଟ କୋହଲି ସର୍ବାଧିକ ୬୭ ଓ କେଦାର ଯାଦବ ୫୨ ରନ୍ର ଯୋଗଦାନ ଦେଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଏବ ଓ ମହମ୍ମଦ୍ ନବି ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କ୍ରିକେଟ ଇତିହାସରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏହା ତୃତୀୟ ମୁକାବିଲା । ପୂର୍ବରୁ ଅନୁଷ୍ଠିତ ପ୍ରଥମ ମୁକାବିଲାକୁ ଭାରତ ଜିତିଥିଲାବେଳେ ଦ୍ୱିତୀୟ ମ୍ୟାଚ୍ ଟାଇ ରହିଥିଲା । ଓଡ଼ିଶା ସମାଚାର

About admin

Check Also

ସେଂଟ ଜାଭିୟର୍ସ ପବ୍ଲିକ  ସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ତୃତୀୟ ବାର୍ଷିକ କ୍ରୀଡା ଆଜି ଉଦଘାଟିତ ହୋଇଯାଇଛି । ସ୍କୁଲ ର …

Leave a Reply

Your email address will not be published. Required fields are marked *